Below header

ମନ୍ଦିରରେ ଶିବଲିଙ୍ଗ ଦେହରେ ଗୁଡ଼େଇ ହୋଇବସିଛନ୍ତି ନାଗଦେବ, ଭିଡିଓ ଦେଖିଲେ ହେବେ ସ୍ତମ୍ଭୀଭୂତ

ବର୍ତ୍ତମାନ ଲକଡାଉନ ଯୋଗୁ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଅନ୍ୟପଟେ କୋଳାହଳ କମ ଥିବାରୁ ଜୀବଜନ୍ତୁମାନେ ରାସ୍ତା ଉପରକୁ ଆସୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଏବେ ପୁଣିଥରେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି।

Never seen such a wonderful sight, Snake sits around Shivaji ...

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ନାଗ ସାପ ଶିବ ମନ୍ଦିର ଭିତରକୁ ପ୍ରବେଶ କରି ମୂର୍ତ୍ତି ଉପରେ ବସିଛି। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ସାକ୍ଷାତ ମହାଦେବ ପ୍ରକଟ ହୋଇଛନ୍ତି। ଏହି ନାଗ ସାପ ପ୍ରାୟ ୫ ଫୁଟ ଲମ୍ବା ହେବ ବୋଲି ଅନୁମାନ କରାଯାଉଛି। ଏହି ଦୃଶ୍ୟକୁ ସ୍ଥାନୀୟ ଲୋକମାନେ ମୋବାଇଲରେ ସୁଟିଂ କରିଛନ୍ତି।

ସୋସିଆଲ ମିଡିଆରେ ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ସେ ନିଜ ଟ୍ୱିଟରରେ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଯେତେବେଳେ ସ୍ୱର୍ଗ ଓ ପୃଥିବୀ ପରସ୍ପର ସହ ହାତ ମିଳାଇଥାନ୍ତି ସେତେବେଳେ ଏଭଳି ଦୁର୍ଲ୍ଲଭ ଦୃଶ୍ୟ ଦେଖିବାକୁ ମିଳେ। ମୋ ଜୀବନରେ ଏହା ସବୁଠୁ ସୁନ୍ଦର ମୁହୂର୍ତ୍ତ। କିଏ ମତେ ବୁଝେଇପାରିବ କି ଏମିତି କାହିଁକି ହୁଏ?

ଭିଡ଼ିଓରେ ଏବେ ଯାଏଁ ୭ହଜାରରୁ ଊର୍ଦ୍ଧ୍ଵ ଲାଇକ ମିଳିଥିବା ବେଳେ ୭୩ ହଜାର ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.