Below header

ଅଧିକ ମାତ୍ରାରେ ଅମୃତଭଣ୍ଡା ସେବନ ଜୀବନ ପାଇଁ ସାଜିପାରେ ବିପଦ, ହୋଇପାରେ ଏସବୁ ରୋଗ

ପାଟିକୁ ସୁଆଦିଆ ଓ ଦେହ ପାଇଁ ହିତକର ହୋଇଥିବାରୁ ପ୍ରାୟ ଲୋକ ଅମୃତଭଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି। ନିୟମିତ ଭାବେ ମଧ୍ୟ କିଛି ଲୋକ ଅମୃତଭଣ୍ଡା ଖାଇଥାନ୍ତି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାଯାଇଛି ଯେ ଅଧିକ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ରିସର୍ଚ୍ଚରେ କୁହାଯାଇଛି ଯେ ଅଧିକ ଅମୃତଭଣ୍ଡା ତ୍ୱଚା ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ। ଏଠି ସହ ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଅଧିକ ଅମୃତଭଣ୍ଡା ଖାଇବା ଦ୍ୱାରା ଆଉ କି କି କ୍ଷତି ହୋଇଥାଏ…

ଅତ୍ୟଧିକ ଅମୃତଭଣ୍ଡା ଖାଇବା ଫଳରେ କେରୋଟିନିମିଆ ନାମକ ଚର୍ମରୋଗ ହୋଇଥାଏ। ଏହି ରୋଗ ହେଲେ ତ୍ୱଚା ରଙ୍ଗ ବଦଳି ହଳଦିଆ ହୋଇଯାଏ। ଅତ୍ୟଧିକ ବିଟା କେରୋଟିନ ସେବନ କଲେ ଏହି ରୋଗ ହୁଏ ବୋଲି ଡାକ୍ତର ମତ ଦିଅନ୍ତି।

ଶ୍ୱାସଜନିତ ରୋଗ ଥିବା ବ୍ୟକ୍ତି ଅଧିକ ଅମୃତଭଣ୍ଡା ଖାଇବା ଅନୁଚିତ। NCBI ଦ୍ୱାରା ହୋଇଥିବା ରିସର୍ଚ୍ଚ ମୁତାବକ ଶ୍ୱାସରୋଗ କିମ୍ବା ଆଜମା ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବାରୁ ବିରତ ରହିବା ଉଚିତ, ନଚେତ ଆଲର୍ଜି ହୋଇପାରେ।

ଅଧିକ ଅମୃତଭଣ୍ଡା ଖାଇଲେ ପେଟରେ ସମସ୍ୟା ଦେଖାଦିଏ। ଅମୃତଭଣ୍ଡା ଖାଇବା ଦ୍ୱାରା ପର୍ଯ୍ୟାପ୍ତ ପରିମାଣରେ ଫାଇବାର ମିଳେ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଫାଇବର ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଦ୍ୱାରା ପେଟ କାଟିବା ସହ ପାଚନକ୍ରିୟା ପ୍ରଭାବିତ ହୋଇଥାଏ।

Upper stomach pain: 10 causes and when to see a doctor

ଅମୃତଭଣ୍ଡା ପ୍ୟାକକୁ କିଛି ଲୋକ ଚମକ ପାଇଁ ମୁହଁରେ ଲଗାଇଥାନ୍ତି। କିନ୍ତୁ ସେନସେଟିଭ ସ୍କିନ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏଥିରେ ଥିବା ଏନଜାଇମ ସ୍କିନରେ ରାସେସ କରାଏ।

ପୁରୁଷମାନେ ଅଧିକ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇଲେ କିଡନୀ ଷ୍ଟୋନ୍ ହେବା ଆଶଙ୍କା ବଢ଼େ। ୧୦୦ ଗ୍ରାମ ଅମୃତଭଣ୍ଡାରେ ପ୍ରାୟ ୬୦ ମିଲିଗ୍ରାମ ଭିଟାମିନ ସି ରହିଥାଏ। ଏଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଅମୃତଭଣ୍ଡା ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.