ଫ୍ୟାନମାନଙ୍କ ସହ ଡିନର ଡେଟରେ ଯିବେ ଏହି ଟେନିସ ଖେଳାଳି, କରୋନା ଲଢେଇରେ ଏମିତି ବଢାଇବେ ସାହାଯ୍ୟର ହାତ

ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଚାଲିଥିବା ଲଢେଇରେ ଏବେ ସାହାଯ୍ୟର ହାତ ବଢାଇଛନ୍ତି କାନାଡ଼ାର ଟେନିସ ଖେଳାଳି ୟୁଜନି ବୁଚାର୍ଡ। ତେବେ ୟୁଜନି ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ସୂଚନା ଦେଇଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି, କରୋନା ଲଢେଇରେ ଫଣ୍ଡ ଏକାଠି କରିବା ପାଇଁ ସେ ଚ୍ୟାରେଟି କରିବାକୁ ଯାଉଛନ୍ତି। ଯେଉଁ ଫ୍ୟାନ ତାଙ୍କ ସହିତ ଡିନରରେ ଯିବା ପାଇଁ ସବୁଠାରୁ ଅଧିକ ବୋଲ ଲଗାଇବେ, ତାଙ୍କ ସହିତ ହିଁ ସେ ଡିନର ଡେଟରେ ଯିବେ। ଏଥିରୁ ଯେଉଁ ପଇସା ଆସିବ, ତାକୁ ଚ୍ୟାରେଟିରେ ଦେବେ।

ସେ ଆହୁରି କହିଥିଲେ ଯେ ‘ଅଲ ଇନ ଚ୍ୟାଲେଞ୍ଜ’ ଭିତରେ ସେ ଏମିତି କରୁଛନ୍ତି। ସେପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ, ଫ୍ୟାନମାନେ ମଧ୍ୟ ୟୁଜନିଙ୍କ ସହ ଡିନର ଡେଟରେ ଯିବା ପାଇଁ ମନଇଚ୍ଛା ବୋଲ ଲଗାଉଛନ୍ତି। ଏ ପର୍ଯ୍ୟନ୍ତ 16 ଲକ୍ଷ ଯାଏ ବୋଲ ଲାଗିସାରିଲାଣି। ୟୁଜନି ଆହୁରି ଲେଖିଥିଲେ କି, ‘ୟୁଏସ ଅପନରୁ ଉଇମ୍ବଲଡନ ପର୍ଯ୍ୟନ୍ତ, କୌଣସି ବି ମ୍ୟାଚର ଆପଣ ଲାଭ ଉଠାଇ ପାରିବେ। ଯିବା ଆସିବାର ଯେଉଁ ଖର୍ଚ୍ଚ ହେବ, ତାହା ଆପଣମାନଙ୍କୁ ନୁହେଁ, ବରଂ ଅଲ ଇନ ଚ୍ୟାଲେଞ୍ଜ ସଂସ୍ଥା ଦେବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.