Below header

ଲକଡାଉନରେ ବନସୁରକ୍ଷା ସମିତି ପକ୍ଷରୁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

ବାରିପଦା (କେନ୍ୟୁଜ) : କରୋନାର ପ୍ରକୋପକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ବା ତାଲା ବନ୍ଦ। ତାଲା ବନ୍ଦ କାରଣରୁ କାମ ଧନ୍ଦା ଠପ। ଦୋକାନ ବଜାର ବନ୍ଦ କାରଣରୁ କାମ ଧନ୍ଦା ବନ୍ଦ ଫଳରେ ଜୀବନ ଜୀବିକାକୁ ଦୋହଲାଇ ଦେଇଛି କରୋନା। ତାଲା ବନ୍ଦ କାରଣରୁ ସବୁଠାରୁ ବେଶୀ ସମସ୍ୟାର ସାମ୍ନା କରୁଛନ୍ତି ଗରିବ ଅସହାୟ ଲୋକ। ଏଥିପାଇଁ ବିଭିନ୍ନ ମହଲରୁ ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି କିଛି ସରକାରୀ ଏବଂ ବେସରକାରୀ ବିଭାଗ।

distributeମଣଦା ବନାଞ୍ଚଳ ଅନ୍ତର୍ଗତ ବଡ଼ସିଆଳି କ, ବଡ଼ସିଆଳି ଖ ଏବଂ ସାନସିଆଳି ନଇର ବନ ସୁରକ୍ଷା ସମିତିର ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଅଣସରକାରୀ ସଂସ୍ଥା ସହାୟତାରେ ସୋୟଂସିଦ୍ଧା ଫେଡରେସନ ଦ୍ୱାରା ଏହି ରାସନ ସାମଗ୍ରୀ ଅତି ଲୋକଙ୍କୁ ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଦେଶ ତାଲା ବନ୍ଦ ଥିବାବେଳେ ସମାଜର ତଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ସାହାଯ୍ୟ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ରାସନ ସାମଗ୍ରୀ ପ୍ରଦାନ କରିବାରେ ଦୁରଦୁରା ଗ୍ରା.ପ. ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ସୋରେନ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ମଣଦାର ସଂଯୋଜକ ଶ୍ରୀ ବିଜୟ କେତନ ବିଶ୍ୱାଳ, ସୋୟଂସିଦ୍ଧା ଫେଡରେସନର ସଭାପତି ଶ୍ରୀମତୀ ସତ୍ୟଭାମା ମହନ୍ତ, ବନ ସହାୟକକର୍ମୀ ଶ୍ରୀମତୀ ବବିତା ମହାନ୍ତ, ଶ୍ରୀ ଛୋଟରାଏ ମାଝୀ ଉପସ୍ଥିତ ହୋଇ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

distributedଏହି ସାମଗ୍ରୀ ମଧ୍ୟରେ ରହିଛି ଚାଉଳ, ଡାଲି, ଆଳୁ, ସୋରିଷ ତେଲ, ସାବୁନ, ସୋୟାବିନ ବଢ଼ି ଏବଂ ଅନ୍ୟାନ୍ୟ ରୋଷେଇ ମସଲା ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିବାବେଳେ ଗ୍ରାମସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ମାସ୍କ ଓ ସାବୁନ ଯୋଗାଇ ଦିଆଗଲା। ମଣଦା କ୍ଷେତ୍ର ପରିଚାଳନା ତରଫରୁ ସାନଶିଆଳି ନଈ ଗ୍ରାମର ଶ୍ରମିକମାନଙ୍କୁ ମାସ୍କ ପ୍ରଦାନ କରାଯାଇଛି। ବିଭିନ୍ନ ସଂସ୍ଥା ସଂସ୍ଥା ମାଧ୍ୟମରେ ଗ୍ରାମ ଗୁଡିକରେ ଏକକୀକରଣ କାର୍ଯ୍ୟକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀ ବନବିହାରି ସର୍ଦ୍ଦାର ସ୍ୱାଗତ କରିଛନ୍ତି। ସେହିପରି ଶ୍ରୀ ତ୍ରିଲୋଚନ ରାଏ, ଶ୍ରୀ ଲୋକନାଥ ସାହୁ ଏବଂ ସାନସିଆଳି vss ପ୍ରେସିଡେଣ୍ଟ ଦାଶରଥି ହେମ୍ବ୍ରମ ଏବଂ ACF ରାଇରଙ୍ଗପୁର ଫରେଷ୍ଟ ଡିଭିଜନର ଶ୍ରୀ ନବୀନ ଚନ୍ଦ୍ର ନାଏକ ଓ ଶ୍ରୀ ଅଭିଷେକ ପରୀକ୍ଷା ଏହି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.