ରାଜ୍ୟ

ହାତରେ ତାଟିଆ ଓ ଦେହରେ ପିନ୍ଧିଥିଲେ କୋରନା କିଟ୍, ବୁଲି ବୁଲି ଭିକ ମାଗୁଥିବା ବ୍ୟକ୍ତି କିଏ ଜାଣିଛନ୍ତି ?

ଭଦ୍ରକ(କେନ୍ୟୁଜ୍): ହାତରେ ତାଟିଆ ଓ ଦେହରେ ପିନ୍ଧିଥିଲେ କୋରନା କିଟ୍, କୋଭିଡ଼ ଯୋଦ୍ଧା ଭଳି ଦେଖାଯାଉଥିଲେ ହେଁ ହାତରେ ଭିକ ତାଟିଆ ଦେଖି ଦେଖଣା ହାରି  ଦ୍ବନ୍ଦରେ ପଡ଼ି ଯାଇଥିଲେ। ତେବେ ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବୀ ଲୋକ ଓ ଦୋକାନ ଦୋକାନ ବୁଲି ଭିକ ମାଗୁଥିଲେ ।  କରୋନା କିଟ ଭିତରେ ଚେହେରା ଦେଖାଯାଉ ନଥିଲେ ବି ହାତରେ ଭିକ ତାଟିଆ ଦେଖି  ଯିଏ ଯାହା ପାରିଲେ ଦାନ କରୁଥିଲେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଚରମ୍ପା ଅଞ୍ଚଳରେ।  

ଭିକ ମାଗୁଥିବା କୋଭିଡ଼ ଯୋଦ୍ଧା ଜଣକ ହେଉଛନ୍ତି ଚରମ୍ପା ଅଞ୍ଚଳ ଅଶ୍ୱିନୀ ପାଢ଼ୀ। ସେ କରୋନା ମହାମାରୀ ସମୟରେ ସରକାରଙ୍କ ଦ୍ବାରା ପାରା ମେଡିକାଲ କର୍ମାଚାରୀ ଭାବେ ଅସ୍ଥାୟୀ ନିଯୁକ୍ତି ପରେ ଛଟେଇ ହୋଇଥଲେ । କରୋନା ମହାମାରୀର ବିଭିଷିକା ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇ ଥିବା ଜଣେ କୋଭିଡ ଯୋଦ୍ଧା କିନ୍ତୁ ଏବେ ଜୀବନ ଆଉ ଜିବୀକା ନିମନ୍ତେ କରୁଛନ୍ତି ଲଢ଼େଇ । ଜୀବିକା ହରାଇବା ପରେ ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ପେଟ ପାଇଁ ରାଜ ରାସ୍ତାରେ ଭିକ ମାଗିବା ପାଇଁ ସେ ବାହାରିଛନ୍ତି।

ଚାକିରୀ ହରାଇବା ପରେ ନିଜ ଓ ନିଜ ପରିବାର ଦୁର୍ଦ୍ଦିନରେ। ସରକାର ମହାମାରୀ କରୋନା ସମୟରେ ୩ ମାସିଆ ଚୁକ୍ତି ଭିତ୍ତିକ ଅସ୍ଥାୟୀ ସ୍ବାସ୍ଥକର୍ମୀ ଭାବେ ନିଯୁକ୍ତି ଦେଇ ପରେ ସେମାନଙ୍କୁ ୯ ମାସ ଧରି କାର୍ଯ୍ୟ କରାଇଥିଲେ ।  ଏକ ଜଟିଳ ପରିସ୍ଥିତିରେ ଅସ୍ଥାୟୀ ଭାବେ ୯ ମାସ କାର୍ଯ୍ୟ ପରେ ହଠାତ ସରକାରଙ୍କ ଛେଟେଇ ନିଷ୍ପତି ସେମାନଙ୍କ ଜୀବନକୁ ଅନ୍ଧକାର ଭିତରେ ଠେଲି ଦେଇଥିବାରୁ ବାଧ୍ୟ ହୋଇ ଏହି ଉପାୟ କଲି ବୋଲି ସେ କହିଛନ୍ତି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

27 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

41 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

56 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago