Below header

ହାତରେ ତାଟିଆ ଓ ଦେହରେ ପିନ୍ଧିଥିଲେ କୋରନା କିଟ୍, ବୁଲି ବୁଲି ଭିକ ମାଗୁଥିବା ବ୍ୟକ୍ତି କିଏ ଜାଣିଛନ୍ତି ?

ଭଦ୍ରକ(କେନ୍ୟୁଜ୍): ହାତରେ ତାଟିଆ ଓ ଦେହରେ ପିନ୍ଧିଥିଲେ କୋରନା କିଟ୍, କୋଭିଡ଼ ଯୋଦ୍ଧା ଭଳି ଦେଖାଯାଉଥିଲେ ହେଁ ହାତରେ ଭିକ ତାଟିଆ ଦେଖି ଦେଖଣା ହାରି  ଦ୍ବନ୍ଦରେ ପଡ଼ି ଯାଇଥିଲେ। ତେବେ ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବୀ ଲୋକ ଓ ଦୋକାନ ଦୋକାନ ବୁଲି ଭିକ ମାଗୁଥିଲେ ।  କରୋନା କିଟ ଭିତରେ ଚେହେରା ଦେଖାଯାଉ ନଥିଲେ ବି ହାତରେ ଭିକ ତାଟିଆ ଦେଖି  ଯିଏ ଯାହା ପାରିଲେ ଦାନ କରୁଥିଲେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଚରମ୍ପା ଅଞ୍ଚଳରେ।  ppe kiyt

ଭିକ ମାଗୁଥିବା କୋଭିଡ଼ ଯୋଦ୍ଧା ଜଣକ ହେଉଛନ୍ତି ଚରମ୍ପା ଅଞ୍ଚଳ ଅଶ୍ୱିନୀ ପାଢ଼ୀ। ସେ କରୋନା ମହାମାରୀ ସମୟରେ ସରକାରଙ୍କ ଦ୍ବାରା ପାରା ମେଡିକାଲ କର୍ମାଚାରୀ ଭାବେ ଅସ୍ଥାୟୀ ନିଯୁକ୍ତି ପରେ ଛଟେଇ ହୋଇଥଲେ । କରୋନା ମହାମାରୀର ବିଭିଷିକା ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇ ଥିବା ଜଣେ କୋଭିଡ ଯୋଦ୍ଧା କିନ୍ତୁ ଏବେ ଜୀବନ ଆଉ ଜିବୀକା ନିମନ୍ତେ କରୁଛନ୍ତି ଲଢ଼େଇ । ଜୀବିକା ହରାଇବା ପରେ ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ପେଟ ପାଇଁ ରାଜ ରାସ୍ତାରେ ଭିକ ମାଗିବା ପାଇଁ ସେ ବାହାରିଛନ୍ତି।

ଚାକିରୀ ହରାଇବା ପରେ ନିଜ ଓ ନିଜ ପରିବାର ଦୁର୍ଦ୍ଦିନରେ। ସରକାର ମହାମାରୀ କରୋନା ସମୟରେ ୩ ମାସିଆ ଚୁକ୍ତି ଭିତ୍ତିକ ଅସ୍ଥାୟୀ ସ୍ବାସ୍ଥକର୍ମୀ ଭାବେ ନିଯୁକ୍ତି ଦେଇ ପରେ ସେମାନଙ୍କୁ ୯ ମାସ ଧରି କାର୍ଯ୍ୟ କରାଇଥିଲେ ।  ଏକ ଜଟିଳ ପରିସ୍ଥିତିରେ ଅସ୍ଥାୟୀ ଭାବେ ୯ ମାସ କାର୍ଯ୍ୟ ପରେ ହଠାତ ସରକାରଙ୍କ ଛେଟେଇ ନିଷ୍ପତି ସେମାନଙ୍କ ଜୀବନକୁ ଅନ୍ଧକାର ଭିତରେ ଠେଲି ଦେଇଥିବାରୁ ବାଧ୍ୟ ହୋଇ ଏହି ଉପାୟ କଲି ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.