Categories: ରାଜ୍ୟ

ଜଟଣୀ : ମାତିଛି ଗୋରୁ ଚାଲାଣ ର‍୍ୟାକେଟ୍‌, ରାସ୍ତାଘାଟରୁ ଉଠାଇ ନେଇ ବିକି ଦେଉଛନ୍ତି ଦୁର୍ବୃତ୍ତ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଖାଲି ରାଜ୍ୟ ନୁହେଁ ସାରା ଦେଶରେ ଗୋରୁ ଚାଲାଣକୁ ନେଇ ଚାଲିଛି ବିବାଦ । କେଉଁଠି ଚାଲାଣକାରୀଙ୍କ ଉପରେ ମାଡ଼ ତ ଆଉ କେଉଁଠି ମାରି ମାରି ମାରି ଦେଉଛନ୍ତି ଲୋକେ । ହେଲେ ଚାଲାଣ କେମିତି ହେଉଛି ତାର ପ୍ରମାଣ ଆମେ ଆପଣଙ୍କୁ ଦେଖାଇବୁ । ରାତି ଅଧରେ ଏହି ର‍୍ୟାକେଟ୍‌ ବାହାରେ ଶୋଇଥିବା କିମ୍ବା ବୁଲୁଥିବା ଗାଈଗୁଡ଼ିକୁ ଉଠାଇ ନେଇ ଯାଉଛନ୍ତି । ଏଭଳି ଗୋରୁଙ୍କୁ ଉଠାଇ ନେଉଥିବା ଏକ ଘଟଣା ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ଘଟିଛି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।

ଅଗଷ୍ଟ ୭ ତାରିଖ ରାତି ଠିକ୍‌ ଗୋଟାଏ ବାଜି ୪୩ ମିନିଟ୍‌ରେ ଗାଡ଼ି ଆସି ଲାଗିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ କୁଦିଆରି ସୁନ୍ଦରାଏ ଫିଲିଂ ଷ୍ଟେସନ୍‌ରେ । ଦୁଇଜଣ ଯୁବକ ସେଥିରୁ ଓହ୍ଲାଇ ପଡ଼ିଲେ । ପେଟ୍ରୋଲ ପମ୍ପରେ ଶୋଇଥିଲେ ତିନିଟି ଗାଈ । ସେଥିରୁ ଗୋଟିଏର ବେକକୁ ବାନ୍ଧି ତୁରନ୍ତ ଉଠାଇ ନେଲେ ଗାଡ଼ିରେ । ଟାଟା ଏସି ଗାଡ଼ିର ଡାଲାରେ ଥିବା ଆଉ ଦୁଇଜଣ ଯୁବକ ସେମାନଙ୍କୁ ଏଥିରେ ସାହାଯ୍ୟ କରୁଥିଲେ । ଅତି ବେଶିରେ ଦୁଇ ମିନିଟି ଭିତରେ କାମ ଶେଷ କରି ଗାଡ଼ିରେ ଗାଈକୁ ଲଦି ଛୁ ମାରିଲେ ।
ସୂଚନା ଅନୁଯାୟୀ, ଏଭଳି କିଛି ର‍୍ୟାକେଟ୍‌ ଖୋର୍ଦ୍ଧା ଅଞ୍ଚଳରେ କାମ କରୁଛି । ବାହାରେ ବୁଲୁଥିବା ଗାଈଗୋରୁଙ୍କୁ ସେମାନେ ଉଠାଇ ନେଉଛନ୍ତି । ନିଜ ଗାଈ ଗୋରୁଙ୍କୁ ନିଜ ଅକ୍ତିୟାରରେ ନରଖି ବାହାରେ ଛାଡ଼ି ଦେଉଥିବା ଲୋକେ ହିଁ ପରେ ପସ୍ତାଉଛନ୍ତି ସିନା ହେଲେ ନିଜ ଭୁଲ ଯୋଗୁଁ ନାଚାର ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ଏପଟେ ର‍୍ୟାକେଟ୍‌ର ସନ୍ଧାନରେ ଅଛି ପୋଲିସ୍‌ । ଧରିବାକୁ ତନାଘନା ଚଳାଇଛି ।

KNews Bureau

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

5 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

9 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

12 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

17 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

29 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

36 mins ago