ଜଟଣୀ : ମାତିଛି ଗୋରୁ ଚାଲାଣ ର୍ୟାକେଟ୍, ରାସ୍ତାଘାଟରୁ ଉଠାଇ ନେଇ ବିକି ଦେଉଛନ୍ତି ଦୁର୍ବୃତ୍ତ
![GORU-7](https://knewsodisha.com/wp-content/uploads/2019/08/GORU-7.jpg)
ଖୋର୍ଦ୍ଧା (କେ ନ୍ୟୁଜ୍) : ଖାଲି ରାଜ୍ୟ ନୁହେଁ ସାରା ଦେଶରେ ଗୋରୁ ଚାଲାଣକୁ ନେଇ ଚାଲିଛି ବିବାଦ । କେଉଁଠି ଚାଲାଣକାରୀଙ୍କ ଉପରେ ମାଡ଼ ତ ଆଉ କେଉଁଠି ମାରି ମାରି ମାରି ଦେଉଛନ୍ତି ଲୋକେ । ହେଲେ ଚାଲାଣ କେମିତି ହେଉଛି ତାର ପ୍ରମାଣ ଆମେ ଆପଣଙ୍କୁ ଦେଖାଇବୁ । ରାତି ଅଧରେ ଏହି ର୍ୟାକେଟ୍ ବାହାରେ ଶୋଇଥିବା କିମ୍ବା ବୁଲୁଥିବା ଗାଈଗୁଡ଼ିକୁ ଉଠାଇ ନେଇ ଯାଉଛନ୍ତି । ଏଭଳି ଗୋରୁଙ୍କୁ ଉଠାଇ ନେଉଥିବା ଏକ ଘଟଣା ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ଘଟିଛି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଅଗଷ୍ଟ ୭ ତାରିଖ ରାତି ଠିକ୍ ଗୋଟାଏ ବାଜି ୪୩ ମିନିଟ୍ରେ ଗାଡ଼ି ଆସି ଲାଗିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ କୁଦିଆରି ସୁନ୍ଦରାଏ ଫିଲିଂ ଷ୍ଟେସନ୍ରେ । ଦୁଇଜଣ ଯୁବକ ସେଥିରୁ ଓହ୍ଲାଇ ପଡ଼ିଲେ । ପେଟ୍ରୋଲ ପମ୍ପରେ ଶୋଇଥିଲେ ତିନିଟି ଗାଈ । ସେଥିରୁ ଗୋଟିଏର ବେକକୁ ବାନ୍ଧି ତୁରନ୍ତ ଉଠାଇ ନେଲେ ଗାଡ଼ିରେ । ଟାଟା ଏସି ଗାଡ଼ିର ଡାଲାରେ ଥିବା ଆଉ ଦୁଇଜଣ ଯୁବକ ସେମାନଙ୍କୁ ଏଥିରେ ସାହାଯ୍ୟ କରୁଥିଲେ । ଅତି ବେଶିରେ ଦୁଇ ମିନିଟି ଭିତରେ କାମ ଶେଷ କରି ଗାଡ଼ିରେ ଗାଈକୁ ଲଦି ଛୁ ମାରିଲେ ।
ସୂଚନା ଅନୁଯାୟୀ, ଏଭଳି କିଛି ର୍ୟାକେଟ୍ ଖୋର୍ଦ୍ଧା ଅଞ୍ଚଳରେ କାମ କରୁଛି । ବାହାରେ ବୁଲୁଥିବା ଗାଈଗୋରୁଙ୍କୁ ସେମାନେ ଉଠାଇ ନେଉଛନ୍ତି । ନିଜ ଗାଈ ଗୋରୁଙ୍କୁ ନିଜ ଅକ୍ତିୟାରରେ ନରଖି ବାହାରେ ଛାଡ଼ି ଦେଉଥିବା ଲୋକେ ହିଁ ପରେ ପସ୍ତାଉଛନ୍ତି ସିନା ହେଲେ ନିଜ ଭୁଲ ଯୋଗୁଁ ନାଚାର ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ଏପଟେ ର୍ୟାକେଟ୍ର ସନ୍ଧାନରେ ଅଛି ପୋଲିସ୍ । ଧରିବାକୁ ତନାଘନା ଚଳାଇଛି ।