ନୀଳ ସମୁଦ୍ର ପାଲଟେ ଲାଲ ରଙ୍ଗରେ ନୁହେଁ ରକ୍ତରେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ସୋସିଆଲ ମିଡିଆରେ ରକ୍ତରେ ଭରା ସମୁଦ୍ର କୂଳର ଫଟୋ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋର ରହସ୍ୟ ବୁଝିବାକୁ ଚେଷ୍ଟା କରୁଛନ୍ତି କି ପ୍ରକୃତରେ ଏହା ସତ ନା ମିଛ ! ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ତାହେଲେ ଜାଣନ୍ତୁ ପୂରା ଘଟଣା ।
ଏହି ଫଟୋ ଫେରୋ ଆଇଲ୍ୟାଣ୍ଡର ଅଟେ ଯାହାକି ସ୍କଟଲ୍ୟାଣ୍ଡରୁ ପାଖାପାଖି ୩୨୧ କିଲୋମିଟର ଦୂରରେ ଅବସ୍ଥିତ । ଏହି ଫଟୋରେ ଆପଣ ଦେଖି ପାରୁଥିବେ ଯେ ଡଜନ୍ ଡଜନ୍ ହ୍ୱେଲ ମାଛକୁ ମାରି ଦିଆଯାଉଛି ଏବଂ ଏହି କାରଣରୁ ସମୁଦ୍ରର ପାଣି ରକ୍ତରେ ଲାଲ ହୋଇ ଯାଇଛି ।
ଫେରୋ ଆଇଲ୍ୟାଣ୍ଡର ସ୍ଥାନୀୟ ଲୋକମାନେ ପ୍ରତିବର୍ଷ ଦ ଗ୍ରାଇଣ୍ଡ ନାମକ ଏକ ବାର୍ଷିକ ପରମ୍ପରା ପାଳନ କରିଥାନ୍ତି । ଏହି ପରମ୍ପରାରେ ଏଠାକାର ବାସିନ୍ଦା ସମୁଦ୍ର କୂଳକୁ ଆସିଥିବା ପାଇଲେଟ ହ୍ୱେଲ ଡ଼ଲଫିନମାନଙ୍କୁ ଜୀବନରୁ ମାରି ଦେଇଥାନ୍ତି । ଏହି ବର୍ଷ ଦ ଗାଇଡ଼ ଉତ୍ସବରେ ୨୩ ପାଇଲେଟ ହ୍ୱେଲଙ୍କୁ ମାରି ଦିଆଯାଇଥିଲା ଏବଂ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୫୩୬ ହ୍ୱେଲ ମାଛମାନଙ୍କୁ ମାରି ଦିଆଯାଇଛି।
ଏହାସହ ପଢନ୍ତୁ ସୁଇମିଂ ପୁଲ୍ ତଳୁ ବାହାରିଲା ‘୩ କୁଇଣ୍ଟାଲ ସୁନା’, ବାସ୍ତବତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ପାଇଲେଟ ହ୍ୱେଲର ମାଂସକୁ ଫେରୋ ଆଇଲ୍ୟାଣ୍ଡରେ ରାଷ୍ଟ୍ରୀୟ ଭୋଜନ ବୋଲି କୁହାଯାଇଥାଏ । ଗୋଟିଏ ହ୍ୱେଲ ମାଛରୁ ପାଖାପାଖି ୧୦୦ କିଲୋ ମାଂସ ଏବଂ ଚର୍ବି ମିଳି ଯାଇଥାଏ । ଏହି ଦ୍ବୀପର ଲୋକମାନେ ହ୍ୱେଲର ମାଂସକୁ ସିଝାଇ, ପୋଡି ଏବଂ ଶୁଖାଇ ମଧ୍ୟ ଖାଇଥାନ୍ତି । ପରିବେଶ ବିଭାଗର କାର୍ଯ୍ୟକର୍ତ୍ତାମାନେ ଏହି ପରମ୍ପରାକୁ ବିରୋଧ କରିବା ସହ ଲୋକଙ୍କ ମଧ୍ୟରେ ତିମି ମାଛକୁ ନମାରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ।