Below header

ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ ଟକ୍‌ ଭଳି ପ୍ଲାଟଫର୍ମରେ ସେ ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତି। ପ୍ରଥମେ ସେ ଅଭିନେତ୍ରୀରୁ ଏବେ ସାଂସଦ ହୋଇଛନ୍ତି। କିଛି ଦିନ ପୂର୍ବରୁ ନୁସରତ ହନିମୁନ୍‌ ଫଟୋ ସେୟାର କରିଥିଲେ, ଯାହାକି ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏବେ ତାଙ୍କ ନୂଆ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ସଲମାନ୍‌ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ‘ଦଗାବାଜ ରେ…’ ଗୀତ ଗାଇ ଫରଫମ୍‌ କରୁଥିବାର ନଜର ଆସିଛନ୍ତି।

nus4444

ଭିଡିଓରେ ଦେଖାଯାଇଛି କି, ନୁସରତ ମେକଅପ୍‌ ରୁମରେ ବସିଛନ୍ତି ଏବଂ ମେକଅପ୍‌ ଆର୍ଟିଷ୍ଟ୍‍ ତାଙ୍କର ମେକଅପ୍‌ କରୁଛନ୍ତି। ସେଠି ନୁସରତ ମୋବାଇଲରେ ଟିକ୍‌ ଟକ୍‌ ଭିଡିଓ ବନାଉଛନ୍ତି। ଏହି ସମୟରେ ପଛରେ ଛିଡ଼ା ହୋଇଥିବା ଲୋକ ମଧ୍ୟ ନଜର ଆସୁଛନ୍ତି। ସେ ଶାଢ଼ି ପିନ୍ଧିଛନ୍ତି ଏବଂ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଏହାସହ ପଢ଼ନ୍ତୁ: ଇନଷ୍ଟାଗ୍ରାମରେ ଟି-ଶାର୍ଟ ଖୋଲୁଥିବାର ନଜର ଆସିଲେ କାର୍ତ୍ତିକ ଆଯ୍ୟର୍ନ୍‌, ନିଜକୁ କହିଲେ ଏମିତି

ନୁସରତ୍‌ ଜହାଁ ଅଭିନେତ୍ରୀରୁ ସାଂସଦ ହେବାର ଯାତ୍ରା ପୂରା କରିଛନ୍ତି। ସେ ଚଳିତବର୍ଷର ଲୋକ ସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ। ପଶ୍ଚିମବଙ୍ଗର ବସିରହାଟ ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ପାଇ ପାଖାପାଖି ୩.୫ ଲକ୍ଷ ଭୋଟରେ ସେ ବିଜୟ ହାସଲ କରିଥିଲେ।

nush22

ନୁସରତ ନିଜ ଫିଲ୍ମ କ୍ୟାରିୟର ‘ଶତ୍ରୁ’ରୁ ଆରମ୍ଭ କରିଥିଲେ। ଏହାପରେ ‘ଖୋକା ୪୨୦’ ଏବଂ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଫିଲ୍ମରେ ନଜର ଆସିଥିଲେ। ଏହି ବଙ୍ଗାଳି ଅଭିନେତ୍ରୀ ନିଜ କ୍ୟାରିୟର ଭିତରେ ‘ମିସ୍‌ କୋଲକାତା’ ଟାଇଟଲ ମଧ୍ୟ ଜିତିବାରେ ସଫଳ ହୋଇଛନ୍ତି। ଏହା ସହିତ ସେ ମହିଳା ସଶକ୍ତୀକରଣ ଦିଗରେ ବି କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.