ତିନ୍ ତଲାକ୍ ପରେ ନାକ କାଟିଲା ସ୍ବାମୀ, ଜାଣନ୍ତୁ କାହିଁକି ଏମିତି କଲା

ତିନିଥର ତଲାକ୍ ଶବ୍ଦର ଉଚ୍ଚାରଣ କରି କେହି ତଲାକ ଦେଇପାରିବେନି। କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହି ଆଇନ୍‌କୁ ଉଚ୍ଛେଦ କରିବା ପାଇଁ ଅଣା ଯାଇଛି ସ୍ବତନ୍ତ୍ର ବିଲ। ହେଲେ ଏହା ପରେ ବି ଥମୁନି ଏହି ପ୍ରଥା। ମୁସଲିମ ମହିଳାଙ୍କ ପ୍ରତି ଏହା ଏକ ଅତ୍ୟାଚାରିତ ପ୍ରଥା ବୋଲି ବିବେଚନା ହୋଇ ଆସୁଛି। ଯେଉଁଥି ପାଇଁ ଏହାକୁ ବନ୍ଦ କରିବାକୁ ସରକାର ପଦକ୍ଷେପ ନେଇଥିଲେ । ହେଲେ ବିଡମ୍ବନାର ବିଷୟ ଏହି ଯେ ଏଯାବତ ଏହି ପ୍ରଥାକୁ ରୋକିବା ସମ୍ଭବ ହୋଇ ନାହିଁ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ନୌର ସୀତାପୁର ଅଞ୍ଚଳରେ। ଯୌତୁକରେ ସାମାନ୍ୟ ବାଇକ୍‌ଟିଏ ନଆଣିପାରିବାରୁ ସ୍ତ୍ରୀକୁ ତଲାକ ତ ଦେଲା ସ୍ବାମୀ। ଆଉ ତା ସହିତ ନାକ କାଟି ଲହୁଲୁହାଣ ବି କରିଦେଲା। ଏବେ ମହିଳା ଜଣକ ଡାକ୍ତରଖାନାରେ।

ଆହୁରି ପଢନ୍ତୁ : ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ଗତ ମେ ୧୪ ତାରିଖରେ ହୋଇଥିଲା ବାହାଘର । ଉତ୍ତର ପ୍ରଦେଶ ଲକ୍ଷ୍ନୌ ଅନ୍ତର୍ଗତ ତୁର୍କପଟ୍ଟି ଅଞ୍ଚଳର ରୁଖଶାନାଙ୍କ ସହ ବରକତ ଅଲ୍ଲି ଓରଫ ସଦ୍ଦାମଙ୍କର ମୁସଲିମ ରୀତିନୀତିରେ ବିବାହ ହୋଇଥିଲା। ଅଭିଯୋଗ ମୁତାବକ ବିବାହ ପରଦିନ ବରର ବାପା ବରକୁ ଧରି ସେଠାରୁ ଚାଲି ଆସିଥିଲେ। ଏହା ପରେ ରୁଖସାନାଙ୍କ ପରିବାର ବରକତ ଅଲ୍ଲିଙ୍କ ଘରକୁ ଫୋନ କରିଥିଲେ। ହେଲେ ଯୌତୁକରେ ବାଇକ ନଦେଲେ ବରକତ ସେଠାକୁ ଯିବେ ନାହିଁ ବୋଲି ସଫା ସଫା ମନା କରିଦେଲେ। ରୁଖସାନା ପରେ ତାଙ୍କ ଶାଶୁ ଘରକୁ କଲ୍‌ କରି ପଚାରିବାରୁ ତାଙ୍କୁ ସେ ସମୟରେ ଅନେକ ଗାଳି ମନ୍ଦ ମିଳିଥିଲେ।

ଆହୁରି ପଢନ୍ତୁ : କାହା ରକ୍ତରେ ଲାଲ ହୋଇଯାଏ ସମୁଦ୍ର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଏହାପରେ ଗତ ଅଗଷ୍ଟ ୩ ତାରିଖ ସକାଳ ୯ଟାରେ ବରକତ ରୁଖସାନାକୁ ଫୋନ୍‌ କରି ବାଇକ ପାଇଁ ଦାବି କରିଥିଲା। ଆଉ ବାଇକ ନମିଳିଲେ ତଲାକ ଦେବ ବୋଲି ଧମକ ମଧ୍ୟ ଦେଇଥିଲା। ଖାଲି ସେତିକି ନୁହେଁ, ଫୋନ୍‌ରେ ହିଁ ତିନିଥର ତଲାକ୍ ତଲାକ୍ କହି ଫୋନ କାଟି ଦେଇଥିଲା। ଏହାପରେ ବରକତ ଅଲ୍ଲୀ ମଙ୍ଗଳବାର ଦିନ ରୁଖସାନାକୁ ଭେଟିବା ପାଇଁ ଆସିଥିଲା। କଥାବାର୍ତ୍ତା ସମୟରେ ହିଁ ବରକତ ରୁଖସାନା ଉପରେ ଆକ୍ରମଣ କରି ତାଙ୍କ ନାକ କାଟି ଦେଇଥିଲେ। ଏବେ ଗୁରୁତର ଆହତ ରୁଖସାନା ଡାକ୍ତର ଖାନାରେ ଚିକିତ୍ସାଧୀନ ।
ହେଲେ ସାମାନ୍ୟ ବାଇକ୍‌ ପାଇଁ ଜଣେ ଯୁବକ ତଲାକ ସାଙ୍ଗକୁ ଏଭଳି ଅମାନବୀୟ କାଣ୍ଡ କରିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଅଭିଯୁକ୍ତକୁ ଗିରଫ କରି କଠଇନ ଦଣ୍ଡ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.