Below header

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ମିଳିଲା ଭାରତରତ୍ନ, ଦେଶର ତିନି ପ୍ରମୁଖ ବ୍ୟକ୍ତି ମଧ୍ୟ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ। ଦେଶର ତିନି ପ୍ରମୁଖ ବ୍ୟକ୍ତିଙ୍କୁ ଏହି ବେସାମରିକ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରଣବଙ୍କ ସହ ମରଣୋତ୍ତର ଭାବେ ବିଶିଷ୍ଟ ସଙ୍ଗୀତକାର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମଧ୍ୟ ଭାରତରତ୍ନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି। ପୂର୍ବରୁ ଏହି ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.