କମିସନରେଟ ପୋଲିସ ହାତରେ ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ, ଗ୍ୟାଙ୍ଗ ନାଁରେ ୨୫ଟି ମାମଲା ୫ଜଣଙ୍କୁ ଏନକାଉଣ୍ଟର
ଭୁବନେଶ୍ୱର(କେନ୍ୟୁଜ): କମିସନରେଟ ପୋଲିସ ହାତରେ ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ। ଦୁଇ ମାସ ଧରି କମିସନରେଟ ପୋଲିସର ନିଦ ହଜାଇଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଗ୍ୟାଙ୍ଗର ମୋଟ୍ ୯ଜଣଙ୍କୁ ଗିରଫ କରି ଜେଲ ପଠାଯାଇଛି। ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଗ୍ୟାଙ୍ଗର ମୁଖ୍ୟ ଥିଲା ରବି ରାଓ। ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କୁ ଗୁଳି କରି ହତ୍ୟା କରିବା ପରେ ରବି ଖୋର୍ଦ୍ଧା ପଳାଇ ଆସିଥିଲା। ପରେ ଏଠାରେ ନିଜର ଆଉ ଏକ ଗ୍ୟାଙ୍ଗ ଗଢିଥିଲା। ଏହି ଗ୍ୟାଙ୍ଗ ନାମରେ ଭୁବନେଶ୍ୱରରେ ୨୫ଟି ମାମଲା ରହିଛି। ଖୋର୍ଦ୍ଧା ଜିଲ୍ଲା ବାହାରେ ୪ଟି ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର।
ଏମାନଙ୍କ ପାଖରୁ ୯ଟି ଚୋରି ଦାମୀ କାର୍, ୮ଟି ଚୋରି ଦାମୀ ବାଇକ୍ , ୨୨୬ଗ୍ରାମର ସୁନା ଅଳଙ୍କାର, ୫୦ହଜାର ଟଙ୍କା, ୫ଟି ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ। ବାଲିଅନ୍ତା ବ୍ୟାଙ୍କ ଅଫ ଇଣ୍ଡିଆରୁ ହୋଇଥିବା ୩୫ଲକ୍ଷ ଲୁଟ୍ ଘଟଣାରେ ମଧ୍ୟ ଏହି ଗ୍ୟାଙ୍ଗର ହାତ ରହିଛି। ଅଧିକ ତଦନ୍ତ ପାଇଁ ଗ୍ୟାଙ୍ଗର ମୁଖ୍ୟ ସମେତ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ।