Categories: ରାଜ୍ୟ

ଛାତ୍ରଙ୍କ ମୃତ୍ୟୁ ପରେ, ‘ମୋମୋ’ ଗେମକୁ ରୋକିବା ପାଇଁ ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍) :‘ମୋମୋ’ ଗେମ୍‌କୁ ରୋକିବା ପାଇଁ ସର୍କୁଲାର ଜାରି କଲା କ୍ରାଇମ୍‌ବ୍ରାଞ୍ଚ । ହ୍ଵାଟ୍‌ସ ଆପରେ କୌଣସି ଅଜଣା ଲିଙ୍କ ଆସିଲେ ଡିଲିଟ୍‌ କରିବାକୁ କୁହାଯାଇଛି । କୌଣସି ଅଜଣା ଇନ୍‌ଭିଟେସନ୍‌ ଆସିଲେ ଆଭଏଡ୍‌ କରିବେ । କୌଣସି ଅଜଣା ନମ୍ବର ଏହି ଗେମ୍‌ ଖେଳିବା ପାଇଁ କହିଲେ, ସଙ୍ଗେ ସଙ୍ଗେ ଏହି ନମ୍ବରକୁ ବ୍ଳକ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।

ମୋମୋ ଗେମ୍‌ ଖେଳି ରାଉରକେଲାର ଚେତନ କୁମାର ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ । ନିଜ ମୋବାଇଲରେ ଏହି ଖେଳକୁ ଡାଉନଲୋଡ୍‌ କରି ଖେଳୁଥିଲେ । ସେହି ଖେଳରେ ସେ ଏମିତି ମଜି ଯାଇଥିଲେ, ଯେ ରାଜଧାନୀରୁ ଟ୍ରେନରେ ଯାଇ ଚେନ୍ନାଇରେ ପହଞ୍ଚିଥିଲେ । ଖାଲି ତାହା ନୁହଁ  ସେଠାରେ ଏକ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ: ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ଚେତନଙ୍କ ଘର ରାଉରକେଲା ରେଲେଓ୍ଵ କଲେନୀ ଅଞ୍ଚଳରେ । ଗତ ୨୨ ତାରିଖ ଦିନ ଚେନ୍ନାଇ ପୋଲିସ, ଚେତନଙ୍କ ବଡ଼ ଭାଇଙ୍କୁ ଫୋନ୍‌ କରି, ସେ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା କହିଥଲେ । ସେଠାରେ ପରିବାର ଲୋକ ପହଞ୍ଚିବା ପରେ, ତାଙ୍କ ମୃତ୍ୟୁ ଖବର ଦେଇଥିଲେ । ଚେତନଙ୍କ ମୋବାଇଲ ଫୋନକୁ ପୋଲିସ ଲାପଟପ୍‌ ସହ ସଂଯୋଗ କରି, ମୋମୋ ଚ୍ୟାଲେଞ୍ଜ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

7 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago