ରାଜ୍ୟ

ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ୩ଟି ଟିମ୍‌ ଖୋଳତାଡ ଜାରି ରଖିଛନ୍ତି

ଭୁବନେଶ୍ୱର (କେନ୍ୟୁଜ): ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ବ୍ରଜରାଜନଗର କ୍ରାଇମ୍‌ ସ୍ପଟରୁ ଗୋପାଳର ଘର ପର୍ଯ୍ୟନ୍ତ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଗୋପାଳର ବୟାନ ଆଧାରରେ ଅନେକ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ୩ଟି ଟିମ୍‌ ଖୋଳତାଡ ଜାରି ରଖିଛନ୍ତି । ବ୍ରହ୍ମପୁରରେ ୬ ଦିନ ତନାଘନା ତଦନ୍ତ ପରେ ଫେରିଛି ତଦନ୍ତକାରୀ ଟିମ୍‌ । ଆବଶ୍ୟକ ହେଲେ ପୁଣି ଆସିବ ।

ବ୍ରହ୍ମପୁରରେ ଗୋପାଳର ପରିବାର ଲୋକ, ଅନ୍ୟ ସମ୍ପର୍କୀୟଙ୍କ ସମେତ ତାକୁ ଚିକିତ୍ସା କରିଥିବା ଡାକ୍ତର ଏବଂ ଔଷଧ ପଠାଯାଉଥିବା ବସ୍‌ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଗୋପାଳ ଓ ପରିବାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଛି ।

ଅନ୍ୟପଟେ କ୍ରାଇମସ୍ପଟ୍‌ରେ ୩୬୦ ଡିଗ୍ରୀ ଆଙ୍ଗେଲରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ସାଇଣ୍ଟିଫିକ୍‌ ଟିମ୍‌ ବି ତଥ୍ୟ ସଂଗ୍ରହ କରୁଛନ୍ତି । ଫାରୋ 3D ସ୍କାନର ଆଧାରରେ ଗୁଳିକାଣ୍ଡ ସ୍ଥଳରୁ ପ୍ରସ୍ତୁତ ହେଉଛି ରିପୋର୍ଟ ।

ଏଯାଏ ମିଳିଥିବା ଦସ୍ତାବିଜ, ଫୋରେନସିକ୍‌ ଓ ସାଇଣ୍ଟିଫିକ୍‌ ତଥ୍ୟ, ଗୋପାଳର ଜମାନବନ୍ଦୀ,ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ ଆଗକୁ ବଢିଛି । ରିମାଣ୍ଡ ପାର୍ଟ-ଟୁରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଅଧିକାରୀ ।

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

14 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

22 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

37 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

43 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

57 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago