ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ୩ଟି ଟିମ୍ ଖୋଳତାଡ ଜାରି ରଖିଛନ୍ତି
ଭୁବନେଶ୍ୱର (କେନ୍ୟୁଜ): ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ବ୍ରଜରାଜନଗର କ୍ରାଇମ୍ ସ୍ପଟରୁ ଗୋପାଳର ଘର ପର୍ଯ୍ୟନ୍ତ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଗୋପାଳର ବୟାନ ଆଧାରରେ ଅନେକ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ୩ଟି ଟିମ୍ ଖୋଳତାଡ ଜାରି ରଖିଛନ୍ତି । ବ୍ରହ୍ମପୁରରେ ୬ ଦିନ ତନାଘନା ତଦନ୍ତ ପରେ ଫେରିଛି ତଦନ୍ତକାରୀ ଟିମ୍ । ଆବଶ୍ୟକ ହେଲେ ପୁଣି ଆସିବ ।
ବ୍ରହ୍ମପୁରରେ ଗୋପାଳର ପରିବାର ଲୋକ, ଅନ୍ୟ ସମ୍ପର୍କୀୟଙ୍କ ସମେତ ତାକୁ ଚିକିତ୍ସା କରିଥିବା ଡାକ୍ତର ଏବଂ ଔଷଧ ପଠାଯାଉଥିବା ବସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଗୋପାଳ ଓ ପରିବାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଛି ।
ଅନ୍ୟପଟେ କ୍ରାଇମସ୍ପଟ୍ରେ ୩୬୦ ଡିଗ୍ରୀ ଆଙ୍ଗେଲରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ସାଇଣ୍ଟିଫିକ୍ ଟିମ୍ ବି ତଥ୍ୟ ସଂଗ୍ରହ କରୁଛନ୍ତି । ଫାରୋ 3D ସ୍କାନର ଆଧାରରେ ଗୁଳିକାଣ୍ଡ ସ୍ଥଳରୁ ପ୍ରସ୍ତୁତ ହେଉଛି ରିପୋର୍ଟ ।
ଏଯାଏ ମିଳିଥିବା ଦସ୍ତାବିଜ, ଫୋରେନସିକ୍ ଓ ସାଇଣ୍ଟିଫିକ୍ ତଥ୍ୟ, ଗୋପାଳର ଜମାନବନ୍ଦୀ,ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ ଆଗକୁ ବଢିଛି । ରିମାଣ୍ଡ ପାର୍ଟ-ଟୁରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଅଧିକାରୀ ।