Categories: ରାଜ୍ୟ

୨୦୧୮ରେ ଟୁଇନ୍‌ ସିଟିରେ ୫ % ବଢ଼ିଛି କ୍ରାଇମ୍‌ , ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ କମିଶନରେଟ ପୋଲିସ । ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା । ତାଲିକାରେ ଅଛନ୍ତି ୧୩ ବର୍ଷ ଧରି ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀ । ଟାର୍ଗେଟ୍‌ରେ ଅଛନ୍ତି, ନିର୍ବାଚନ ବେଳେ ରାଜନେତାଙ୍କୁ ସହଯୋଗ କରୁଥିବା ଅପରାଧୀ । ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଆବଶ୍ୟକ ହେଲେ ସେମାନଙ୍କ ମଧ୍ୟରୁ କିଛି ଅପରାଧୀଙ୍କ ଏନଏସଏରେ ବୁକ୍‌ କରାଯିବ ।

୨୦୧୮ ମସିହାରେ ଟୁଇନ ସିଟିର ଅପରାଧ ରେକର୍ଡର ପୃଷ୍ଠା ଖୋଲିଛି କମିଶନରେଟ ପୋଲିସ । ଟୁଇନସିଟିରେ ବୃଦ୍ଧି ପାଇଛି ମର୍ଡର, ଡକାୟତି, ଦୁଷ୍କର୍ମ ଘଟଣା । ରିପୋର୍ଟ କହୁଛି ୨୦୧୮ରେ କଟକ-ଭୁବନେଶ୍ୱରରେ ୪୩ଟି ହତ୍ୟାକାଣ୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଅଧିକ । ସେହିଭଳି ଗତବର୍ଷ ଦ୍ୱୈତନଗରୀରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୮ରେ ବେଆଇନ ବନ୍ଧୁକ ଜବତ ହୋଇଛି ୫୧ଟି, ଗିରଫ ହୋଇଛନ୍ତି ୧୩୮ଜଣ ଅପରାଧୀ । ଟୁଇନ ସିଟିରେ ଡାଏଲ୍‌ ୧୦୦ରେ ଗତବର୍ଷ ୧୫ଲକ୍ଷ ୬୪ ହଜାର ୧୨୫ କଲ୍‌ ରିସିଭ୍‌ ହୋଇଛିି । ବିଗତ ୩ବର୍ଷ କ୍ରାଇମ ରେକର୍ଡକୁ ଦେଖିଲେ ୨୦୧୮ରେ କମିଶନରେଟ ପୋଲିସର ପ୍ରଦର୍ଶନ ଭଲ ନାହିଁ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

21 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

28 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

35 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

43 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

45 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

53 mins ago