ନୋଟିସକୁ ନେଇ ବିଜେଡି-ବିଜେପି ମହାଯୁଦ୍ଧ

ବିଜେଡି ବନାମ ବିଜେପି । ମୋଦି ବନାମ ନବୀନ। ସିବିଆଇ ବନାମ ଓଡ଼ିଶା ପୋଲିସ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଲଢେଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇ ମାମଲାରେ ବିଜେଡିର ଦୁଇ ହେଭିୱେଟ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିବା ପରେ ନୂଆ ବିବାଦ ମୁଣ୍ଡ ଟେକିଛି। ଗତ ୨୦୧୪ ମେ’ ରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ କରୁଛି । ହେଲେ ପ୍ରାୟ ୫ ବର୍ଷ ପରେ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ପଲଟିକାଲ ଲିଙ୍କ୍‌ ନେଇ ସିବିଆଇ ଖୋଳତାଡ଼ କରିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗାମୀ ନିର୍ବାଚନ ପୂର୍ବରୁ ହଠାତ୍‌ ସିବିଆଇ ସକ୍ରିୟ ହେବାର କାରଣ କଣ ହୋଇପାରେ ? ଏହା ପଛରେ ରହିଛି କି ରାଜନୀତିର ଗନ୍ଧ ? କିଛି ଦିନ ତଳେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ଚିଟଫଣ୍ଡ କଥା ଉଠାଇଥିଲେ। ସିଧାସଳଖ ମୋଦି ଓ ନବୀନଙ୍କୁ ଘେରିଥିଲେ । ବିଜେପି-ବିଜେଡି ମଧ୍ୟରେ ଭିତିରି ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ । ସେପଟେ ବିଜେଡି ସଙ୍ଗଠନରେ ଅରୁଣ ଓ ଅତନୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୟୂରଭଂଜ ଜିଲ୍ଲା ବିଜେଡି ପର‌୍ୟ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଅରୁଣ ସାହୁ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଅତନୁଙ୍କ ଦବଦବା ରହିଛି । ଏସବୁ ଦୃଷ୍ଟିରେ ରଖି ପୁଣି ଫେରିଲା କି ସିବିଆଇ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ବିଜେଡି କିଛି ନେତା ଓ ବିଧାୟକଙ୍କୁ ସିବିଆଇ ଗିରଫ କରିଥିଲା । ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଓ ସାଂସଦ ରାମଚନ୍ଦ୍ର ହାଁସଦା ଏବେ ଜାମିନ୍‌ରେ ଅଛନ୍ତି। ଆଗାମୀ ନିର୍ବାଚନରେ ସିବିଆଇ ରିଟର୍ଣ୍ଣସ କଣ ପ୍ରଭାବ ପଡ଼ିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ପୁଣି ଥରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଆସିଛି ନୂଆମୋଡ଼। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସର ନୋଟିସ । ଆସନ୍ତା ୭ରେ ଗୋଲକ ଓ ୯ ତାରିଖରେ ଭୃଗୁଙ୍କ ହାଜର ହେବା ପାଇଁ ନୋଟିସ ଜାରି କରିଛି ଛତ୍ରପୁର ଥାନା ପୋଲିସ । ନୋଟିସ ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଦଳ କହିଛି, ଅରୁଣ, ଅତନୁଙ୍କୁଙ୍କୁ ସିବିଆଇ ନୋଟିସ ପରେ ବିଜେଡି ପ୍ରତିହିଂସା ପରାୟଣ ହୋଇଉଠିଛି। ଏଥିସହ ରାଜନୀତିର ଗନ୍ଧ ବାରିଛି ବିଜେପି।ଟ୍ଟ

ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ପୁରୁଣା । ଏହି ମାମଲାରେ ତଦନ୍ତ ଜାରି ରହିଛି, ପୋଲିସ ଅଧିକ ପଚଚାରଉଚରା ପାଇଁ ବିଜେପି ନେତାଙ୍କୁ ଡାକିଥାଇପାରେ । କିନ୍ତୁ ସିବିଆଇ ସମନ ପରେ ପୋଲିସ ନୋଟିସ ଏକ ସଂଯୋଗ ବୋଲି ବିଜେଡି କହିଛି।

୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ବିଜେଡି କାଉନସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଆଗରେ ହତ୍ୟା କରିଥିଲେ । ଏହି ଘଟଣାରେ ସେହି ବର୍ଷ ନଭେମ୍ବର ୧ରେ ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

4 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

12 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

18 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

26 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

29 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

36 mins ago