ରାଜ୍ୟ

୧୨୧ ସିଟି ବସକୁ କବାଡିଆକୁ ବିକ୍ରି କରିବା ଘଟଣା: ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମ୍ୟାନେଜର୍ ଦୀପ୍ତି ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ୧୨୧ ସିଟି ବସର କବାଡି ଦରରେ ବିକ୍ରି ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ସେ କହିଛନ୍ତି, ଭୁବନେଶ୍ୱର-ପୁରୀ ସିଟି ବସ ସେବା ପାଇଁ ୨୦୧୦ରେ JNNURM ଅଧୀନରେ ୧୨୫ ସିଟି ବସ କିଣା ଯାଇଥିଲା । ୨୦୧୭ ଯାଏ ବସଗୁଡିକର ଏଗ୍ରିମେଣ୍ଟ ବୈଧ ଥିଲା ।

ଗୋଟେ ବର୍ଷ ସମ୍ପ୍ରସାରଣ କରାଯାଇ ଏହାକୁ ୨୦୧୮ ଯାଏଁ ଚଲାଯାଇଥିଲା । ବସଗୁଡିକର ଏଗ୍ରିମେଣ୍ଟ ଅବଧି ସରିବା ପରେ BMCର ଅନୁରୋଧକ୍ରମେ ସେଥିରୁ ୪ଟି ବସ ଟଏଲେଟ ଅନ ହ୍ବିଲ ଲାଗି ଦିଆଯାଇଛି । ବଳକା ୧୨୧ ବସର RTO ଇନସପେକ୍ସନ କରାଯାଇ MSTC ଜରିଆରେ ଉପଯୁକ୍ତ ଟେଣ୍ଡର ପ୍ରକ୍ରିୟାରେ ନିଲାମ କରାଯାଇଛି । ଏହି ବସଗୁଡ଼ିକର ବୈଶିଷ୍ଟ୍ୟ ଅର୍ବନ ସ୍ପେସିଫିକ ଥିଲା । ସେହିଭଳି କେନ୍ଦ୍ର ଏଗୁଡ଼ିକର ଅବଧି ୭ ବର୍ଷ ଧାର୍ଯ୍ୟ କରିଛି । ତେଣୁ ଏହା ଘରୋଇ ବସ ଭଳି ୧୫ ବର୍ଷ ଚାଲିପାରିବ ନାହିଁ ।

KNews Bureau

Recent Posts

ମଝି ଆକାଶରେ Air Canada ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଏୟାର କାନାଡା ବିମାନରେ ଲାଗିଲା ନିଆଁ । ଟରୋଣ୍ଟୋ ବିମାନବନ୍ଦରରୁ ପ୍ୟାରିସ୍‌ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ…

11 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୫ ଆହତ

କେନ୍ଦୁଝର (କେନ୍ୟୁଜ): ନିର୍ବାଚନ ପରବର୍ତ୍ତୀ ହିଂସା, ୫ରୁ ଊର୍ଦ୍ଧ୍ବ ଆହତ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା…

35 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଆହତ

ବ୍ରହ୍ମପୁର (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷ । ୪ ଆହତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରିରେ ଦୁଇ ଗୋଷ୍ଠୀ…

53 mins ago

ଥମିବାର ନା ନେଉନାହିଁ ଆନ୍ଥ୍ରାକ୍ସ ରୋଗ, ରୋଗୀଙ୍କୁ ଘାରୁଛି ଚିନ୍ତା

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ବିରଳ ରୋଗ ଆନ୍ଥ୍ରାକ୍ସ । ଶୁକ୍ରବାର ଦିନ ଲକ୍ଷ୍ମୀପୁର ବ୍ଲକର…

1 hour ago

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

2 hours ago

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

2 hours ago