Below header

୧୨୧ ସିଟି ବସକୁ କବାଡିଆକୁ ବିକ୍ରି କରିବା ଘଟଣା: ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମ୍ୟାନେଜର୍ ଦୀପ୍ତି ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ୧୨୧ ସିଟି ବସର କବାଡି ଦରରେ ବିକ୍ରି ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ସେ କହିଛନ୍ତି, ଭୁବନେଶ୍ୱର-ପୁରୀ ସିଟି ବସ ସେବା ପାଇଁ ୨୦୧୦ରେ JNNURM ଅଧୀନରେ ୧୨୫ ସିଟି ବସ କିଣା ଯାଇଥିଲା । ୨୦୧୭ ଯାଏ ବସଗୁଡିକର ଏଗ୍ରିମେଣ୍ଟ ବୈଧ ଥିଲା ।

ଗୋଟେ ବର୍ଷ ସମ୍ପ୍ରସାରଣ କରାଯାଇ ଏହାକୁ ୨୦୧୮ ଯାଏଁ ଚଲାଯାଇଥିଲା । ବସଗୁଡିକର ଏଗ୍ରିମେଣ୍ଟ ଅବଧି ସରିବା ପରେ BMCର ଅନୁରୋଧକ୍ରମେ ସେଥିରୁ ୪ଟି ବସ ଟଏଲେଟ ଅନ ହ୍ବିଲ ଲାଗି ଦିଆଯାଇଛି । ବଳକା ୧୨୧ ବସର RTO ଇନସପେକ୍ସନ କରାଯାଇ MSTC ଜରିଆରେ ଉପଯୁକ୍ତ ଟେଣ୍ଡର ପ୍ରକ୍ରିୟାରେ ନିଲାମ କରାଯାଇଛି । ଏହି ବସଗୁଡ଼ିକର ବୈଶିଷ୍ଟ୍ୟ ଅର୍ବନ ସ୍ପେସିଫିକ ଥିଲା । ସେହିଭଳି କେନ୍ଦ୍ର ଏଗୁଡ଼ିକର ଅବଧି ୭ ବର୍ଷ ଧାର୍ଯ୍ୟ କରିଛି । ତେଣୁ ଏହା ଘରୋଇ ବସ ଭଳି ୧୫ ବର୍ଷ ଚାଲିପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.