ରାଜ୍ୟ

ଏଠାକୁ ଆସି ଥରେ ମାନସିକ କରିଦେଲେ ସବୁ ଇଚ୍ଛା କୁଆଡେ ପୂରଣ ହୋଇଯାଏ, ଜାଣନ୍ତୁ ବୁଢ଼ା ଗଣେଶଙ୍କ ମହାତ୍ମ୍ୟ

କଟକ (କେନ୍ୟୁଜ) : କଟକରେ ଅଛି ୪ ଶହ ବର୍ଷ ପୁରୁଣା ଗଣେଶ ମୂର୍ତ୍ତି । ମାନ୍ୟତା ରହିଛି ଯେ ଏଠାରେ ମାନସିକ କରି ଗଣେଶଙ୍କୁ ଆରାଧନା କଲେ କୁଆଡେ ମାନସିକ ପୂରଣ କରିନ୍ତି ବୁଢ଼ା ଗଣେଶ । କଳା ମଚ୍‌ ମଚ୍‌ ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହିକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି। ମାନସିକ ପୁରଣ ହେଉଥିବାର ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତ ମାନଙ୍କ ସମାଗମ ହୋଇଥାଏ ।

କଟକ ସହରରେ ଗଣେଷ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇ ଯାଇଥିବା ୪ ଶହ ବର୍ଷ ପୁରୁଣା ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହିକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି ।

ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ ।

କାରଣ ସେ ଅଷ୍ଟବିନାୟକ ମାନସିକ ପୁରଣ ହେଉଥିବାର ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ସାହିର ମୁରବି ମାନଙ୍କ କହିବା ଅନୁଯାୟୀ ୪୦୦ ଶହ ବର୍ଷ ହେବ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇସାହିରେ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କ ସହ ପ୍ରଭୁ ଲୋକନାଥ, ପ୍ରଭୁ ରାଧାକୃଷ୍ଣ, ମା ଲଷ୍ମୀ ଓ ମା ସରସ୍ବତୀ ମଧ୍ୟ ପୂଜା ପାଇଥାନ୍ତି। କଟକ ସହରରେ ଏଥର ୧୧ ଶହ ଛୋଟ ବଡ ଗଣେଶ ମୂର୍ତ୍ତି ପୂଜା ପାଇବେ।। ତଥାପି ବକ୍ସିବଜାର ବଢେଇସାହି ଗଣେଶ ଠାକୁରଙ୍କ ସ୍ବତନ୍ତ୍ରତା ଭକ୍ତଙ୍କୁ ଆକୃଷ୍ଟ କରିବ।।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago