ଏଠାକୁ ଆସି ଥରେ ମାନସିକ କରିଦେଲେ ସବୁ ଇଚ୍ଛା କୁଆଡେ ପୂରଣ ହୋଇଯାଏ, ଜାଣନ୍ତୁ ବୁଢ଼ା ଗଣେଶଙ୍କ ମହାତ୍ମ୍ୟ
ମାନ୍ୟତା ରହିଛି ଯେ ଏଠାରେ ମାନସିକ କରି ଗଣେଶଙ୍କୁ ଆରାଧନା କଲେ କୁଆଡେ ମାନସିକ ପୂରଣ କରିନ୍ତି ବୁଢ଼ା ଗଣେଶ । କଳା ମଚ୍ ମଚ୍ ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହିକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି।
କଟକ (କେନ୍ୟୁଜ) : କଟକରେ ଅଛି ୪ ଶହ ବର୍ଷ ପୁରୁଣା ଗଣେଶ ମୂର୍ତ୍ତି । ମାନ୍ୟତା ରହିଛି ଯେ ଏଠାରେ ମାନସିକ କରି ଗଣେଶଙ୍କୁ ଆରାଧନା କଲେ କୁଆଡେ ମାନସିକ ପୂରଣ କରିନ୍ତି ବୁଢ଼ା ଗଣେଶ । କଳା ମଚ୍ ମଚ୍ ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହିକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି। ମାନସିକ ପୁରଣ ହେଉଥିବାର ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତ ମାନଙ୍କ ସମାଗମ ହୋଇଥାଏ ।
କଟକ ସହରରେ ଗଣେଷ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇ ଯାଇଥିବା ୪ ଶହ ବର୍ଷ ପୁରୁଣା ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହିକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି ।
ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ ।
କାରଣ ସେ ଅଷ୍ଟବିନାୟକ ମାନସିକ ପୁରଣ ହେଉଥିବାର ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ସାହିର ମୁରବି ମାନଙ୍କ କହିବା ଅନୁଯାୟୀ ୪୦୦ ଶହ ବର୍ଷ ହେବ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇସାହିରେ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କ ସହ ପ୍ରଭୁ ଲୋକନାଥ, ପ୍ରଭୁ ରାଧାକୃଷ୍ଣ, ମା ଲଷ୍ମୀ ଓ ମା ସରସ୍ବତୀ ମଧ୍ୟ ପୂଜା ପାଇଥାନ୍ତି। କଟକ ସହରରେ ଏଥର ୧୧ ଶହ ଛୋଟ ବଡ ଗଣେଶ ମୂର୍ତ୍ତି ପୂଜା ପାଇବେ।। ତଥାପି ବକ୍ସିବଜାର ବଢେଇସାହି ଗଣେଶ ଠାକୁରଙ୍କ ସ୍ବତନ୍ତ୍ରତା ଭକ୍ତଙ୍କୁ ଆକୃଷ୍ଟ କରିବ।।