Below header

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଉ ଦେବାକୁ ପଡ଼ିବନି ଟୋଲ ଫି

ଗାଡି ଚାଳକଙ୍କୁ ମିଳିଲା ଆସ୍ୱସ୍ତି । ଏବେ ଆଉ ଟୋଲଗେଟରେ ଅଟକିବେନି ଆପଣ । ହଁ ଆଜ୍ଞା ଗାଡି ଚଲାଇବା ସମୟରେ ଏବେ ଆଉ କେଉଁଟି ଅଟକିବାକୁ ପଡିବନି । ଓଡିଶାରେ ଆଉ ଆଦାୟ ହେବନି ଟୋଲ ଫି ବା ପରିବହନ ଶୁଳ୍କ ।

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଖାସ୍‌ କରି ଗାଡି ଚାଳକଙ୍କୁ ମିଳିଲା ଆସ୍ୱସ୍ତି । ଏବେ ଆଉ ଟୋଲଗେଟରେ ଅଟକିବେନି ଆପଣ । ହଁ ଆଜ୍ଞା ଗାଡି ଚଲାଇବା ସମୟରେ ଏବେ ଆଉ କେଉଁଟି ଅଟକିବାକୁ ପଡିବନି । ଓଡିଶାରେ ଆଉ ଆଦାୟ ହେବନି ଟୋଲ ଫି ବା ପରିବହନ ଶୁଳ୍କ । ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ୩୫ଟି ଟୋଲଗେଟକୁ ଉଚ୍ଛେଦ କରାଯିବ । ବର୍ତ୍ତମାନ ଏହି ଟୋଲଗେଟ ଗୁଡିକ ଓଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ହେଉଛି ।

ତେବେ ଏହି ସମସ୍ତ ଟୋଲଗେଟ ଉଚ୍ଛେଦ ପ୍ରସ୍ତାବକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟ ଭିତରେ ଗାଡି ଚଳାଚଳ ପାଇଁ ଆଉ ପରିବହନ ଶୁଳ୍କ ଦେବାକୁ ପଡିବନି । ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ ।

ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଓଡିଶା ବ୍ରିଜ୍‌ ନିର୍ମାଣ ନିଗମ ବା ଓବିସିସି ଦ୍ୱାରା ପରିଚାଳିତ ଓ୍ଵାକର୍ସ ଏବଂ ଆରଡି ବିଭାଗ ରାସ୍ତାରେ ଥିବା ସମସ୍ତ ୩୫ଟି ଟୋଲଗେଟକୁ ରଦ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏଣିକି କୌଣସି ବି ସ୍ଥାନରେ ଓବିସିସି ତରଫରୁ ଟୋଲଗେଟ ରହିବନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ବାର୍ଷିକ ରାଜ୍ୟ ରାଜକୋଷକୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିବ । ରାଜ୍ୟରେ ଓବିସିସି ତରଫରୁ ଥିବା ଏହି ଟୋଲଗେଟ ଗୁଡିକୁ ନେଇ ବିଭିନ୍ନ ସମୟରେ ବିବାଦ ସ ଗଣ୍ଡଗୋଳ ଦେଖିବାକୁ ମିଳୁଥିଲା । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ୩୫ଟି ଟୋଲଗେଟକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଯାନବାହାନ ଚଳାଚଳ ଅସୁବିଧାକୁ ଦୃଷ୍ଟିରେ ରଖି ମୁକ୍ତ ଚଳାଚଳ ଯୋଗାଇବା ଏବଂ ସାରା ରାଜ୍ୟରେ ରାସ୍ତାରେ ଯାତାୟାତରେ ଅସୁବିଧା ନହେବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ରାଜରାସ୍ତରୁ ହଟିବ ଟୋଲଗେଟ। ନିର୍ମାଣ ବିଭାଗ ଓ ଓଡିଶା ବିଲ୍ଡିଂ ଏବଂ ସିଭିଲ୍ କନଷ୍ଟ୍ରକସନ ଲିମିଟେଡ ଦ୍ବାରା ପରିଚାଳିତ ତଥା ଆରଡି ବିଭାଗ ଅଧିନରେ ଥିବା ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବ। ଏହାଦ୍ବାରା ସଡ଼କ ପଥରେ ମୁକ୍ତ ଯାତାୟତ ହୋଇପାରିବ। ଏନେଇ ନିର୍ମାଣ ବିଭାଗ ତରଫରୁ ଶୁକ୍ରବାର ଏକ ବିଧିବଦ୍ଧ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.