ମୋବାଇଲ ଦେଖିବା ହେଲା କାଳ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡା ଗାଁରେ ଆଜି ଅପରାହ୍ନ ସମୟରେ ଗାଁ ବିଲ ନିକଟ ଏକ ପୋଲ ଉପରେ ବସି ଦୁଇ ଜଣ ଯୁବକ ମୋବାଇଲ ଦେଖୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି।

ଯାଜପୁର (କେନ୍ୟୁଜ): ବଜ୍ରପାତ ଘଟି ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡା ଗାଁରେ ଘଟିଛି ଏହି ଅଘଟଣ। ଆଜି ଅପରାହ୍ନ ସମୟରେ ଗାଁ ବିଲ ନିକଟ ଏକ ପୋଲ ଉପରେ ବସି ଦୁଇ ଜଣ ଯୁବକ ମୋବାଇଲ ଦେଖୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ଫଳରେ ବଜ୍ରପାତର ଶିକାର ହୋଇଥିବା ଦୁଇଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଗ୍ରାମର ନୀଳମଣି ନାୟକଙ୍କ ପୁଅ ମନୋରଞ୍ଜନ ନାୟକଙ୍କୁ (୨୧) ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ହୋଇଥିବା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରେଇ (୨୦)ଙ୍କୁ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.