Below header

ବିଶ୍ୱକପ୍‌ ପ୍ରମୋରେ କ୍ରିକେଟ୍‌ ଓ ବଲିଉଡ୍‌ ଛୁଙ୍କ, କୋହଲିଙ୍କ ସହ ଦିଶୁଛନ୍ତି ଶେହନାଜ ଗିଲ୍‌

ବିଶ୍ୱକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ପ୍ରମୋ ସୁଟିଂ ଚାଲିଛି । ଏଥିରେ ଦେଖିବାକୁ ମିଳିଛି କ୍ରିକେଟ୍‌ ଓ ବଲିଉଡ୍‌ର ତଡ଼କା ।

() ଆସନ୍ତା ମାସ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ପ୍ରମୋ ସୁଟିଂ ଚାଲିଛି । ଏଥିରେ ଦେଖିବାକୁ ମିଳିଛି କ୍ରିକେଟ୍‌ ଓ ବଲିଉଡ୍‌ର ତଡ଼କା । ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ପ୍ରମୁଖ ଖେଳାଳିଙ୍କ ସହିତ ଅଛନ୍ତି ବଲିଉଡ୍‌ କୁଇନ୍‌ ଶେହନାଜ ଗିଲ ।

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ । ତେବେ ତା ପୂର୍ବରୁ ଖେଳାଳିଙ୍କ ଭିତରେ ବି ଓ୍ଵାର୍ଲଡ କପ୍‌ କ୍ରେଜ୍‌ ଦେଖିବାକୁ ମିଳିଛି । ପ୍ରମୋରେ ଲେଖା ହୋଇଛି, ଯେବେଠୋରୁ ୨୦୨୩ ଆରମ୍ଭ ହେଲାଣି ସେବେଠାରୁ ଆମ ଉପରେ ଓ୍ଵାର୍ଲଡ କପ୍‌ ଭୂତ ସବାର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.