ଉତ୍କଳ ହସପିଟାଲ ଓ ବ୍ରହ୍ମପୁର ସର୍ଜନ୍ସ କ୍ଲବ ପକ୍ଷରୁ କ୍ୟାନ୍ସର ଚିକିତ୍ସାର ଅତ୍ୟାଧୁନିକ ସୁବିଧା ସମ୍ପର୍କରେ ଆଲୋଚନା

ଉତ୍କଳ ହସ୍ପିଟାଲ ଓ ସରଜନ୍ସ କ୍ଲବର ସହଯୋଗରେ କ୍ୟାନ୍ସର ଚିକିତ୍ସାର ଅତ୍ୟାଧୁନିକ ସୁବିଧା ସମ୍ପର୍କରେ ଆଲୋଚନା 

ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ମଲଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲ ଓ ସିଲ୍କ ସିଟି ବ୍ରହ୍ମପୁର ସରଜନ୍ସ କ୍ଲବର ମିଳିତ ସହଯୋଗରେ ଗୋପାଳପୁର ଠାରେ ଏକ କ୍ୟାନ୍ସର ଚିକିତ୍ସାର ଅତ୍ୟାଧୁନିକ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ଉତ୍କଳ ହସ୍ପିଟାଲର ଚିଫ କନସଲଟାଣ୍ଟ ସର୍ଜିକାଲ ଅନକୋଲୋଜି ଡାକ୍ତର ରଞ୍ଜନ କୁମାର ମହାନ୍ତି, ବରିଷ୍ଠ କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜି ଡାକ୍ତର ଗୌତମ ସନ୍ତୋଷ ପଣ୍ଡା, ଡିରେକ୍ଟର ଓ ସିନିୟର ରେଡିଏସନ ଅନକୋଲୋଜି ଡାକ୍ତର ସଂଜୀବ କୁମାର ମିଶ୍ର ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଅବସରରର ଉତ୍କଳ ହସ୍ପିଟାଲ ଜିଏମ୍‌ ବିଜନେସ୍‌ ସୁବାସ ପତି, ସିଲ୍କ ସିଟି ସର୍ଜନ କ୍ଲବର ଚେୟାରମ୍ୟାନ ଡାକ୍ତର ଚରଣ ପଣ୍ଡା, ସେକ୍ରେଟାରୀ ଡାକ୍ତର ଆଇ.ରଗାପାଳ, ଡାକ୍ତର ମାନସ କୁମାର ସେଠୀ, ଏସଆଇ ଏକଜିକ୍ୟୁ କମିଟି ମେମ୍ବର ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ପାଟ୍ରନ୍‌ ଏଚଓଡି ଏମ୍‌କେସିଜି ଡାକ୍ତର ଶିବ ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.