ରାଜ୍ୟ

ଆଇନ କାନୁନକୁ ଡରୁନାହାନ୍ତି ସାଇବର ଠକ, ଭବାନୀପାଟଣାର ବରିଷ୍ଠ ନାଗରିକଙ୍କ ଠାରୁ ଲୁଟି ନେଲେ ୨ ଲକ୍ଷ ୬୫ ହଜାର ଟଙ୍କା

ଭବାନୀପାଟଣା(କେନ୍ୟୁଜ୍):  ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ ।  ନିରୀହ ଲୋକଙ୍କୁ ବିଭିନ୍ନ ମନ ଲୋଭା କଥା କହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା  ଗାଏବ କରିବାରେ ସଫଳ ହେଉଛନ୍ତି ସାଇବର ଲୁଟେରା  । ଏଥିପାଇଁ ଟିଭି ,ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ସତର୍କ ମଧ୍ୟ କରାଯାଉଛି। କିନ୍ତୁ ଲୋକ ଯେତେ ଚାଲାକ ହେଲେ ବି ଠକ  ହାବୁଡ଼ରେ ପଡି ଲୁଟର ଶିକାର ହେଉଛନ୍ତି । ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଭବାନୀପାଟଣା ଅଞ୍ଚଳରେ । ଠକ ହାବୁଡରେ ପଡି ୨  ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇ ସର୍ବଶ୍ବାନ୍ତ ହୋଇଛନ୍ତି କଳାହାଣ୍ଡି ଭବାନୀପାଟଣାର  ଶିକ୍ଷିତ ଦମ୍ପତ ।

ସାଇବର ଠକେଇର ଶିକାର ହୋଇଛନ୍ତି ଭବାନୀପାଟଣା ଶର୍ମା କଲୋନୀ ର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ। ଗତ ଶନିବାର ଦିନ ୧୨ରେ ଜିଓ ଫୋନ କଷ୍ଟମର କେୟାରରୁ କହୁଛି କହି କିଛି ପ୍ରୋବ୍ଲେମ ଅଛି କି ପଚାରି ଥିଲା ଜଣେ ଅଜଣା ବ୍ୟକ୍ତି । ପ୍ରୋବ୍ଲମ ସବୁ ସଲ୍ଭ  କରିଦେବବୁ କହି ବ୍ୟକ୍ତିଗତ    ଆଡ୍ରେସ ମାଗି ନେଇଥିଲା  ,ଏହାପରେ ଆପଣଙ୍କୁ ନୂଆବର୍ଷ ପାଇଁ ମାଗଣା ଅଫର ଅଛି ମୋବାଇଲ ଗିଫ୍ଟ ମିଳିବ କହିଥିଲା ଏବଂ ୨୦ ହଜାର ଟଙ୍କା ମଧ୍ୟ କ୍ୟାସ ପ୍ରାଇଜ ପାଇବେ ବୋଲି ସାଇବର ଠକ କହିଥିଲା।

ଠକର instruction follow କରି ଥିଲେ ଗଙ୍ଗାଧର ।  କିନ୍ତୁ  କିଛି ସମୟ ପରେ  OTP ନନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ  ଆକାଉଣ୍ଟରୁ ଗୁଗୁଲ-ପେରେ ୨୦ ହଜାର ଲେଖାଏଁ ୫ ଥରରେ ୧ଲକ୍ଷ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରୁ ୪୫ହଜାର ନେଇ ଚାଲିଥିଲା ଠକ।  ଏପରିକି ତାଙ୍କ ସ୍ତ୍ରୀଙ୍କ ଏକାଉଣ୍ଟରୁ ମଧ୍ୟ ୧ଲକ୍ଷ ୨0ହଜାର ଟଙ୍କାକୁ ମଧ୍ୟ ଲୁଟି ନେଇଥିଲା।  ଏପରିକି ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ  ସମୁଦାୟ ୨ଲକ୍ଷ ୬୫ ହଜାର ଟଙ୍କାକୁ  ସାଇବର ଠକ ଲୁଟିନେଇଛି।    କଳାହାଣ୍ଡି ଏସପିଙ୍କ ସାଇବର ସେଲକୁ ଗଙ୍ଗାଧର ଜଣାଇବା ସହ ଭବାନୀ ପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago