ସ୍ପେଶାଲ

ଆଶ୍ଚର୍ଯ୍ୟ, ଆଳୁ ଗଛରେ ଫଳୁଛି ଟମାଟୋ

କଥାରେ ଅଛି ଯେଉଁ ଗଛ ଲଗେଇବ ସେ ଫଳ ଖାଇବ । କିନ୍ତୁ ଏଠି କଥା ଅଲଗା । ଆଳୁ ଗଛରେ ଫଳିଛି ଟମାଟୋ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଆପଣ ଭାବୁଥିବେ ଏମିତି କେମିତି ହୋଇପାରିବ, ଆଳୁ ଗଛରେ କଣ ଟମାଟୋ ଫଳିପାରିବ। ଆଳୁ ତ ମାଟି ତଳେ ହୁଏ ଆଉ ଟମାଟୋ ମାଟି ଉପରେ। ଏପରି କଣ ସତରେ ହୋଇପାରିବ। ହଁ ଏହା ସତରେ ଘଟିଛି। ଆଉ ଏହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଲାଗୁଛି ଲୋକଙ୍କ ଭିଡ। ପାରାଦୀପ ନିକଟସ୍ଥ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗ୍ରାମର ଶଙ୍କର ସ୍ୱାଇଁଙ୍କ ବାଡିରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ।

ଗତ କିଛି ଦିନ ତଳେ କୁଜଙ୍ଗ ହାଟରୁ ଶଙ୍କରଙ୍କ ପୁଅ ଘର ପାଇଁ ୫ କିଲୋ ଆଳୁ କିଣି ଆଣିଥିଲେ । ସେଥିରୁ କେତୋଟି ଆଳୁ ଗଜା ହୋଇଯାଇଥିଲା । ଯାହାପରେ ଏ ଗଜା ଆଳୁକୁ ସବୁ ନେଇ ବାଡିରେ ପୋତି ଦେଇଥିଲେ ଶଙ୍କର । କିଛି ଦିନ ପରେ ଦୁଇଟି ଆଳୁ ଗଛରେ ଫୁଲ ହେବା ସହିତ ଫଳ ଫଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଗଛରୁ ଆଳୁ ବଦଳରେ ଟମାଟୋ ପେନ୍ଥା ଦେଖାଯାଇଥିଲା । ଯାହାକୁ ଦେଖିବା ପରେ ଶଙ୍କର ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଆଳୁ ଗଛ ମୂଳ ଖୋଳିଲା ବେଳକୁ ମୂଳରେ ଆଳୁ ତ ଦେଖାଯାଉଛି କିନ୍ତୁ ଗଛ ଡାଳରେ ଫଳିଛି ଅବିକଳ ଟମାଟୋ ସଦୃଶ ଫଳ । ତେବେ ଏହି ଘଟଣା ଚାରିଆଡେ ଖେଳିଗଲା ଯାହାପରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଶଙ୍କରଙ୍କ ବାଡିକୁ ଛୁଟୁଛି ଲୋକଙ୍କ ସୁଅ ।

ପ୍ରଥମେ ଶଙ୍କରଙ୍କ ନାତି ଏହି ଫଳ ଫଳିଥିବା ଦେଖି ତା ବାପାଙ୍କ ମୋବାଇଲରେ ବିଭିନ୍ନ ଲୋକଙ୍କୁ ଫଟୋ ଉଠାଇ ପଠାଇଥିଲେ । ପ୍ରଥମେ ତ ଏହାକୁ କେହି ବିଶ୍ୱାସ କରିନଥିଲେ । ଏହାପରେ ଶଙ୍କରଙ୍କ ଘରକୁ ଆସି ବାଡିରେ ଲାଗିଥିବା ଆଳୁ ଗଛରେ ଟମାଟୋ ଫଳୁଥିବା ଦେଖି ଲୋକେ ଚକିତ ହୋଇଯାଉଛନ୍ତି । ଏମିତିକି ଲୋକ କହୁଛନ୍ତି ଏଭଳି ଘଟଣା କେବେ ଆମେ ଶୁଣି ନଥିଲୁ କି ଦେଖିନଥିଲୁ । ସତରେ ଆଳୁ ଗଛରେ ଟମାଟୋ ଫଳିବା ନିହାତି ଏକ ଅଲୌକିକ ଓ ବିରଳ ଘଟଣା । ଏହା କୌଣସି ବିଜ୍ଞାନ ସମ୍ମତ ହୋଇଥାଉ କିମ୍ବା ପ୍ରକୃତିର ଭିନ୍ନତା, ଯାହାବି ହେଉ ଏହା ଏବେ ଲୋକମାନଙ୍କୁ ଏକ ଭିନ୍ନ ଖୋରାକ ଯୋଗାଉଛି ।

Pritiparna

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

14 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

29 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

39 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

50 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago