ଲାଇଫ୍ ଷ୍ଟାଇଲ୍

ବବଲ୍‌ ବାଥ୍‌କୁ କରନ୍ତୁ ନା, ଓଦା ରଖନ୍ତୁ ନାହିଁ ପ୍ରାଇଭେଟ୍‌ ପାର୍ଟ, ନଚେତ୍‌ ପରିସ୍ରା ସଂକ୍ରମଣର କାରଣ ହେବ ଏହି ୫ଟି ବାଥ୍‌ରୁମ୍‌ ଅଭ୍ୟାସ

ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ(UTI) ଅର୍ଥାତ୍‌ ମୂତ୍ର ମାର୍ଗରେ ହେଉଥିବା ସଂକ୍ରମଣ ରୋଗ। ୟୁରିନାରି ସିଷ୍ଟମର ଅଙ୍ଗ ଯେପରି କିଡନୀ, ୟୁରିନାରି ବ୍ଲାଡର ଏବଂ ୟୁରେଥ୍ରା ମଧ୍ୟରୁ କୌଣସି ଗୋଟିଏ ବି ଅଙ୍ଗ ଯେତେବେଳେ ସଂକ୍ରମିତ ହୋଇଯାଏ, ତ ତାକୁ UTI ସଂକ୍ରମଣ କହିଥାଆନ୍ତି। ଯଦି ସମୟ ପୂର୍ବରୁ ଚିକିତ୍ସା ନ କରାଯାଏ, ତା’ହେଲେ ଏହା ବ୍ଲାଡର ଓ କିଡ୍‌ନୀକୁ ମଧ୍ୟ କ୍ଷତି ପହଞ୍ଚାଇ ପାରେ। ଆଜି ଆମେ ଆପଣଙ୍କୁ ୟୁରିନ୍‌ ଇନ୍‌ଫେକ୍ସନରୁ କିପରି ନିଜକୁ ଦୂରେଇ ରଖାଯାଇ ପାରିବ, ସେ ବିଷୟରେ କହିବୁ।

୧. ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ରୋକନ୍ତୁ ନାହିଁ: କଦାପି ଆପଣ ପରିସ୍ରା ରୋକନ୍ତୁ ନାହିଁ। ଚାପ ପଡ଼ିବା ପରେ ଯଦି ୩ରୁ ୪ ମିନିଟ୍‌ ବି ପରିସ୍ରା ରୋକାଯାଏ, ତା’ହେଲେ ଟକ୍ସିନ୍‌ ତତ୍ତ୍ୱ କିଡ୍‌ନୀକୁ ପୁଣି ଫେରିଯାଇଥାଏ, ଯାହାକୁ ରିଣ୍ଟେଶନ ଅଫ୍‌ ୟୁରିନ୍‌ କହିଥାଆନ୍ତି। ଏମିତି ବାରମ୍ବାର ହେଲେ ଷ୍ଟୋନ୍‌ ହେବା ଆରମ୍ଭ ହୋଇଯାଏ। ତେଣୁ ବ୍ଲାଡ୍‌ରକୁ ତୁରନ୍ତ ଖାଲି କରନ୍ତୁ।

୨. ସେକ୍ସ ପରେ ନିଶ୍ଚିତ ମୂତ୍ର ତ୍ୟାଗ କରନ୍ତୁ: ଇଣ୍ଟରକୋର୍ସ ପରେ ମୂତ୍ର ତ୍ୟାଗ ନିଶ୍ଚିତ କରନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଆନ୍ତି ଏବଂ ଇନ୍‌ଫେକ୍ସନ ଆଶଙ୍କା କମ୍‌ ହୋଇଯାଇଥାଏ। ଖାସ୍‌ କରି ଡାକ୍ତର ମହିଳାମାନଙ୍କୁ ଏମିତି ଅବଶ୍ୟ କରିବାକୁ ପରାମର୍ଶ ଦେଇଥାଆନ୍ତି।

୩. ଓଦା ରଖନ୍ତୁ ନାହିଁ: ମୂତ୍ର ତ୍ୟାଗ କରିବା ପରେ ଯୋନିକୁ ଭଲ ଭାବେ ସଫା କରନ୍ତୁ। ଏହାକୁ କେବେ ବି ଓଦା ଛାଡ଼ନ୍ତୁ ନାହିଁ। ନଚେତ୍‌ ବ୍ୟାକ୍ଟେରିଆ ମୂତ୍ର ମାର୍ଗ ଜରିଆରେ ଇନ୍‌ଫେକ୍ସନ ସୃଷ୍ଟି କରିପାରେ।

୪. ପିରିୟଡ୍ସ ଦିନରେ ସଫାସୁତରା: ପିରିୟଡ୍ସ ସମୟରେ ପ୍ରାଇଭେଟ୍‌ ପାର୍ଟକୁ ସଫା ସୁତରା ରଖନ୍ତୁ। ଆପଣ ନିଜ ସ୍ୟାନିଟାରୀ ନାପ୍‌କିନକୁ ପ୍ରତି ୬ ଘଣ୍ଟାରେ ଥରେ ବଦଳନ୍ତୁ।

୫. ବବଲ୍‌ ବାଥ୍‌କୁ କୁହନ୍ତୁ ନା: ବାଥ୍‌ଟବରେ ବବଲ୍‌ ବାଥ୍‌ ନିଅନ୍ତୁ ନାହିଁ। କାହିଁକି ନା, ଫେଣଯୁକ୍ତ ପାଣିରେ ଲମ୍ବା ସମୟ ଧରି ଗାଧୋଇଲେ ଏହା ମୂତ୍ରମାର୍ଗରେ ଜ୍ୱଳନ ସୃଷ୍ଟି କରିପାରେ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

20 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

35 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

46 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

57 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago