ରାଜ୍ୟ

ସାତବର୍ଷ ତଳେ ଆଜିର ଦିନରେ ଭଞ୍ଜନଗରର ବେଲଗୁଣ୍ଠା ବ୍ଳକରେ ତାଣ୍ଡବ ରଚିଥିଲା ଫାଇଲିନ୍, ଏବେ ଆସିଥିବା ଲଘୁଚାପ ଖେଳାଇ ଦେଇଛି ଭୟ

ଭଞ୍ଜନଗର: ସାତବର୍ଷ ତଳେ ତାଣ୍ଡବ ରଚିଥିଲା, ଫାଇଲିନ୍ । ଅସ୍ତବ୍ୟସ୍ତ କରିଦେଇଥିଲା ଜନଜୀବନ । ଅନେକ ସ୍ଥାନରେ ଫାଇଲିନ୍ ର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକରେ ଫାଇଲିନ୍ ବାତ୍ୟା ସହ ମହାବନ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏଯାଏ ବି କାହାରି ମନରୁ ଲିଭିପାରିନି ସାତବର୍ଷ ତଳର ସେହି ଭୟଙ୍କର ଦୃଶ୍ୟ ।

ଏବେବି ଆକାଶରେ କଳାହାଣ୍ଡିଆ ମେଘ ଉଠିଲେ, ଲୋକଙ୍କୁ ମନେପକାଇଦେଉଛି, ସେଦିନର କାଳରାତିର ଘଟଣା । ଅକ୍ଟୋବର ୧୨, ୨୦୧୩ ମସିହା । ମଧ୍ୟରାତିରେ ତାଣ୍ଡବ ରଚିଥିଲା ଫାଇଲିନ୍ । ଆଗୁଆ ସୂଚନା ପାଇ ସବୁ ସତର୍କ ଥିଲେ । ହେଲେ ବାତ୍ୟା ସହିତ ଆଉ ଏକ ଭୟଙ୍କର ଘଟଣା ଯୋଡ଼ି ହୋଇଥିଲା, ଲୋକେ ତାହା ଜାଣିପାରିନଥିଲେ । ବାତ୍ୟା କମିବା ପରେ, ୧୩ ତାରିଖ ସକାଳୁ ସକାଳୁ , ଗୋଟିଏ ପରେ ଗୋଟିଏ ଗାଁରେ ବନ୍ୟା ପାଣି ମାଡିଚାଲିଲା । ଉପର ମୁଣ୍ଡରେ ବଡନଦୀର ହିଡ ଭାଙ୍ଗିଯିବାରୁ, ପାଞ୍ଚଖଣ୍ଡ ଗାଁ ବନ୍ୟା ପାଣିରେ ବୁଡିବାକୁ ଲାଗିଲା । ସାତଦିନ ଧରି ବନ୍ୟାପାଣି ଘେରରେ ରହିଲେ, ହଜାର ହଜାର ଲୋକ ।

ଗାଁଗଣ୍ଡା, ଘର, ରାସ୍ତାଘାଟ, ଓ ବଡ଼ବଡ଼ ଗଛ ସବୁ ଭାଙ୍ଗି ତଳେ ପକାଇ ଦେଇଥିଲା ଫାଇଲିନ ବାତ୍ୟା । ତା’ପରଦିନ ବଡନଦୀର ବନ୍ୟା ପାଣି, ସେସବୁକୁ ଧୋଇନେଲା । ସତେ ଯେମିତି, ଆଗପଛ ହୋଇ ଆସିଥିଲେ, ବାତ୍ୟା ଓ ବନ୍ୟା । ଜଣେ ଭାଙ୍ଗିରୁଜି ଉଜାଡି ଦେଲା, ଆଉ ଜଣେ ତାହା ସବୁ ଧୋଇନେଲା । ଯାହାର ପ୍ରଭାବରେ ସନ୍ତୁଳି ହେବାକୁ ପଡ଼ିଲା, ଇଙ୍ଗିନାଠି ପଞ୍ଚାୟତର ମନ୍ଦାର, ରତଙ୍ଗ, ଇଙ୍ଗିନାଠି, ସାରିଆପଲ୍ଲୀ ଓ ବଲାଡି ଗ୍ରାମବାସୀଙ୍କୁ । କିଏ ସହାୟତା ଓ ସହଯୋଗ ପାଇଲା ତ’ , ଆଉକିଏ ପାଇଲାନି ବୋଲି ଅଭିଯୋଗ ଉଠିଲା । ଏବେବି ସେହି ସମାନ ଅଭିଯୋଗ । କ୍ଷତିଗ୍ରସ୍ତ ଜନସାଧାରଣ ଓ ସଂପୃକ୍ତ ପଞ୍ଚାୟତର ବିକାଶ ପାଇଁ, ସେହି ସମୟରେ ଗଂଜାମ ଜିଲ୍ଲା ପ୍ରଶାସନ, ଇଙ୍ଗିନାଠି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଘୋଷଣା କଲେ। ହେଲେ ପୋଷ୍ୟ ପଞ୍ଚାୟତର ଅର୍ଥ କଣ, ତାହା ଲୋକେ ଏପର୍ଯ୍ୟନ୍ତ ବୁଝିପାରିଲେ ନାହିଁ ବୋଲି, ପ୍ରଶ୍ନ ଉଠାଇଛନ୍ତି ପଞ୍ଚାୟତର ଜନସାଧାରଣ ।

ସେହି ସମୟର ସମସ୍ୟା ଓ ବର୍ତ୍ତମାନର ଚିତ୍ର ବୟାନ କରୁଛି , କଣ ହୋଇଛି ବିକାଶ? ଆଉ କ’ଣ ରହିଛି ସମସ୍ୟା? କ୍ଷତିଗ୍ରସ୍ତ  ଇଙ୍ଗିନାଠି ପଞ୍ଚାୟତର, ବିକାଶ ପାଇଁ ଆନ୍ତରିକ ଉଦ୍ୟମ ହୋଇଛି, ନା’ ଉପର ଠାଉରିଆ ବିକାଶ ହୋଇଛି । ଫାଇଲିନ, ତିତିଲି, ହୁଡୁହୁଡୁ ସହ ପ୍ରତିବର୍ଷ କ୍ରମାଗତ ଭାବରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛନ୍ତି, ଇଙ୍ଗିନାଠି ପଞ୍ଚାୟତବାସୀ । ସାତବର୍ଷ ପରେ, ଆଜିର ଦିନରେ ପୁଣି ଆଉଏକ ଲଘୁଚାପ । ଏବେ କେବଳ ଭଗବାନଙ୍କ ଉପରେ ଭରସା କରିବା ସହ, ସରକାରଙ୍କ ଶୁଭଦୃଷ୍ଟିକୁ ଚାହିଁ ରହିଛନ୍ତି ଏହି ପଞ୍ଚାୟତର ହଜାର ହଜାର ଜନସାଧାରଣ ।

 

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

6 hours ago