Categories: ରାଜ୍ୟ

ପୁରୀ ସମୁଦ୍ରର ଭୟଙ୍କର ରୂପ, ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କ୍ଷତିଗ୍ରସ୍ତ ହୋଇଛି ବିଭିନ୍ନ ଦୋକାନ

ପୁରୀ(କେନ୍ୟୁଜ୍): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର ସଂପୁର୍ଣ୍ଣ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ବଡ଼ ବଡ଼ ଢ଼େଉ ମାଡ଼ି ଆସୁଛି। ଗତ ଦୁଇଦିନ ହେବ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖିବାକୁ ମିଳିଥିବା ବେଳେ ପର୍ଯ୍ୟଟକ ମାନେ ବିପଦପୂର୍ଣ୍ଣ ଭାବେ ଏଠାରେ ସ୍ନାନ କରୁଛନ୍ତି । ଯାହା ଫଳରେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି କରିଛି ।

ଅନ୍ୟପଟେ ସମୁଦ୍ରରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କୂଳରେ ଥିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ଚଳିତ ବର୍ଷ ଜୁଆରର ପ୍ରଭାବ ଅଧିକ ଥିବା କୁହାଯାଉଛି। ବେଳାଭୂମିରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି ବୋଲି ସୂଚନା ମିଳିଛି। ଏହାସହ ବେଳାଭୂମିରେ ଲାଲ ପତାକା ଲାଗିଛି। ୩ କିମି ପର୍ଯ୍ୟନ୍ତ ବେଳାଭୂମିରେ ଦୌଡି ବନ୍ଧା ଯିବା ସହ ବେଳାଭୂମିରେ ଲାଇଫଗାର୍ଡ ମୃତୟନ ଅଛନ୍ତି। ସମୁଦ୍ରକୁ ନ ଯିବା ଲାଗି ହୁଇସୁଲ ଦେଇ ସଜାଗ କରୁଛନ୍ତି ବେଳାଭୂମି କର୍ମଚାରୀ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

5 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

11 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

41 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

48 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago