ରାଜ୍ୟ

ହଜିଗଲା ମଣିଷତ୍ବ : ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲାପରେ ବି ପାଖ ମାଡ଼ିଲେନି ସଂପର୍କୀୟ

ପାଟଣାଗଡ଼(କେନ୍ଯୁଜ୍) : ମଲାପରେ ପାଖ ମାଡ଼ିଲେନି ସଂପର୍କୀୟ। କାରଣ ଥିଲା ଯେ ସେ ଅନ୍ୟ ଜାତିରେ ବାହା ହୋଇଥିଲେ । ଖାଲି ସେତିକି ନୁହେଁ  ଗ୍ରାମବାସୀ ବି ଟିକେ ଚାହିଁଲେନି। ବାଧ୍ଯ ହୋଇ ଶେଷରେ ଅସହାୟ ନାବାଳକ ପୁଅ ଶଗଡ଼ ଗାଡ଼ିରେ ବାପାଙ୍କ ଶବ ବୋଝେଇ କରି ମଶାଣିକୁ ନେଇଛି। ଗତକାଲି ଅର୍ଥାତ୍ ରବିବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ।

ସୂଚନର ମୁତାବକ, ପାଟଣାଗଡ଼ ବ୍ଲକ୍‌ ମରୁଆଁ ପଞ୍ଚା‌ୟତ ପାଢ଼େଲ ଗାଁକୁ କିଛିବର୍ଷ ପୂର୍ବେ ଛତିଶଗଡ଼ର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସିଥିଲେ। ସେ ସେହି ଗାଁର ସୀତା ସରାଫଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ। ଉଭୟେ ନିକଟସ୍ଥ ଗୋଶାଳାଠାରେ ରହୁଥିଲେ। କଲ୍ୟାଣ ଓ ସୀତାଙ୍କ ଦୁଇ ପୁଅ ଓ ଦୁଇ ଝିଅ। ସମସ୍ତେ ନାବାଳକ। ଗତ କିଛିଦିନ ତଳେ କଲ୍ୟାଣ ଅସୁସ୍ଥତା ଅନୁଭବ କରିଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ‌ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।

ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ମୃତଦେହକୁ ସେମାନେ ରହୁଥିବା ପାଢ଼େଲ ଗ୍ରାମ ନିକଟ ଝୁଲେନବର ଗୋଶାଳାକୁ ନେଇଥିଲେ। ସୀତା ତାଙ୍କ ପରିବାର‌ ଲୋକଙ୍କୁ ଖବର ଦେଇଥିଲେ। ହେଲେ ଗାଁରେ ଥିବା ସୀତାଙ୍କ ସମ୍ପର୍କୀୟ କଲ୍ୟାଣ ଅନ୍ୟ ଜାତିର ହୋଇଥିବା ଦର୍ଶାଇ ପାଖକୁ ଯାଇ ନଥିଲେ।

ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜାତି ସମାଜ କେହି ପହଞ୍ଚି ନଥିଲେ। ଶେଷରେ ସୀତାଙ୍କ ଅନୁରୋଧ ରକ୍ଷାକରି ଗାଁର କୁଚି ବରିହା ତାଙ୍କ ଶଗଡ଼ ଗାଡ଼ିରେ ଶବ ନେବାକୁ ରାଜି ହୋଇଥିଲେ। ଶବକୁ ନିକଟସ୍ଥ ଜଙ୍ଗଲକୁ ନିଆ ଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କ ସହଯୋଗରେ ଜଙ୍ଗଲରେ ଗାତ ଖୋଳାଯାଇ ଶବସତ୍କାର କରିଥିଲେ କଲ୍ୟାଣଙ୍କ ନାବାଳକ ପୁଅ।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

17 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago