ରାଜ୍ୟ

ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା

ବାଂଶପାଳ(କେନ୍ଯୁଜ୍) : ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା।  ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛି ବଡ଼ଭଉଣୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ।

ତେବେ ଏଯାଏ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ମାନସିକ ଭାରସାମ୍ୟ ହରାଇ ବଡ଼ଭଉଣୀ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସୂଚନା ମୁତାବକ, ଆଜି ଫୁଲଝର ଗ୍ରାମର ଭିକାରି ଦେହୁରୀ ଏବଂ ତାଙ୍କ ପତ୍ନୀ କାମ କରିବାକୁ ବିଲକୁ ଯାଇଥିଲେ। ଘରେ ଥିଲେ ବଡ଼ଝିଅ କ୍ଷୀର ଏବଂ ସାନଝିଅ ଋକ୍ମିଣୀ ଥିଲେ। ଋକ୍ମିଣୀ ଯୁକ୍ତ ୨ ଛାତ୍ରୀ।

କ୍ଷୀର ସାମାନ୍ୟ ମାନାସିକ ରୋଗୀ ଥିଲେ। ବାପାମା’ ବିଲକୁ ଯିବା ପରେ ଦେହ ଭଲ ଲାଗୁନଥିବାରୁ ଋକ୍ମିଣୀ ଘରେ ଶୋଇଥିଲେ। ଏହି ସମୟରେ ବଡ଼ଭଉଣୀ କ୍ଷୀର ଏକ ଟାଙ୍ଗିଆରେ ତାଙ୍କ ବେକକୁ ଚୋଟ ପକାଇଥିଲା। ଫଳରେ ମୁଣ୍ଡରୁୁ ଗଣ୍ଡି ଅଲଗା ହୋଇଯାଇଥିଲା। ସାନଭଉଣୀର ମୃତ୍ୟୁ ଘଟିବା ପରେ କ୍ଷୀର ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ।

ସନ୍ଧ୍ୟା ୭ଟାବେଳେ ବାପାମା’ ଘରକୁ ଫେରିବାବେଳକୁ କବାଟ ଭିିତର ପଟୁ ବନ୍ଦ ରହିଥିଲା। ଗ୍ରାମବାସୀଙ୍କ ସହଯୋଗରେ କବାଟ ଭାଙ୍ଗିଲା ବେଳକୁ ଋକ୍ମିଣୀଙ୍କ ରକ୍ତାକ୍ତ ଶବ ଚଟାଣରେ ପଡ଼ିଥିଲା। କ୍ଷୀରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

3 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

18 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

33 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

43 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

54 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago