ରାଜ୍ୟ

ସୁନ୍ଦରଗଡ଼: ବିଭତ୍ସ ହତ୍ୟାକାଣ୍ଡ, ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର

ସୁନ୍ଦରଗଡ(କେନ୍ୟୁଜ୍): ସଦର ଥାନା ବନ୍ଧପାଲି ନିକଟସ୍ଥ ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ସଂପୃକ୍ତ ଯୁବକଙ୍କ କଟା ମୁଣ୍ଡ ଓ ଗୋଟିଏ ଗୋଡ ଉଦ୍ଧାର କରାଯାଇଛି। ଆଜି ସକାଳେ ପାଣି ଭିତରୁ ଏକ ହାତ ଓ ଏକ ଗୋଡକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ତଲସରା ଅଂଚଳର ଦୁର୍ଗା ମାଝୀ ବୋଲି ଜଣାପଡିଛି। ସେ ସଦର ଥାନା ଖତବଡେଗା ମଝାପଡା ଅଂଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ଭାବେ ହତ୍ୟା କଲା ତାହା ଜଣାପଡିନାହିଁ, ତେବେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରେ ଖୋଜା ଖୋଜି କାର‌୍ୟ୍ୟ ଜାରି ରଖିଛନ୍ତି। ଗତ ଜାନୁଆର ମାସରେ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଥିଲା। କିରେଇ ଗ୍ରାମପଂଚାୟତର ଗାଁ ସାଥି ରମେଶ ସିଂଙ୍କୁ ମଧ୍ୟ ଏହି ଭଳି ହତ୍ୟା କରାଯାଇଥିଲା। ପରକ୍ରିୟା ପ୍ରିତି ପାଇଁ ରମେଶକୁ ହତ୍ୟା କରାଯାଇଥିଲା ଓ ସେହି ଘଟଣାରେ ପୋଲିସ ଶାଶୁ ଓ ଜ୍ଵାଇଁକୁ ଗିରଫ କରିଥିଲା। ଘଟଣାରେ ୨ ମାସ ନପୁରୁଣୁ ଅନୁରୁପ ଭାବେ ପୁଣି ସମାନ ଢଙ୍ଗରେ ହୋଇଛି ଏହି ହତ୍ୟାକାଣ୍ଡ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago