ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କରି ପୋଲିସ୍‌କୁ ଅଟକ ରଖିଲେ ଗାଁ ଲୋକେ

ଭବାନୀପାଟଣା (କେନ୍ୟୁଜ୍‌) : ଜଙ୍ଗଲରୁ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ତଦନ୍ତ ପାଇଁ ଆସିଥିବା ପୋଲିସ ଆଇଆଇସିଙ୍କୁ ଅଟକ ରଖିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ । ଉଚିତ ତଦନ୍ତ ପାଇଁ ପ୍ରତିଶ୍ରୁତି ପରେ ଅଟକ ପୋଲିସଙ୍କୁ ଛାଡିଲେ ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମପଞ୍ଚାୟତ ଅଧୀନ ତେନ୍ତୁଳି କୁପାର ଗାଁର ଏହି ଘଟଣା । ବିବାହିତ ଯୁବକ ସୁଦାମ ଭୋଇଙ୍କର ଗତକାଲି ଜଂଗଲରୁ ଗଛରେ ଝୁଲନ୍ତା ଅବସ୍ଥାରେରେ ମୃତ ଦେହ ମିଳିଥିଲା । ତେବେ ତାଙ୍କ ପରିବାର ଲୋକେ ସୁଦାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।

ସୂଚନା ମୁତାବକ ମୃତକ ସୁଦାମଙ୍କୁ ରିଶିଡା ଫାଣ୍ଡି ପୋଲିସ ଏକ ମାମଲାର ତଦନ୍ତ ପାଇଁ ଘରୁ ଉଠାଇ ନେଇଥିଲା । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରି ତାକୁ ଛାଡି ଦେଇଥିବା ବେଳେ ସେହିଦିନ ଠାରୁ ସେ ଆଉ ଘରକୁ ଫେରି ନଥିଲେ । ତେବେ ଗତକାଲି କଛାରଡେଗେନ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ପୋଲିସ୍‌କୁ ଖବର ଦିଆଯାଇଥିଲା । ଆଜି ଘଟଣାର ତଦନ୍ତ ପାଇଁ ଆସିଥିବା ମଦନପୁର ରାମପୁର ଥାନା ଅଧିକାରୀଙ୍କୁ ଉଚିତ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ବୁଝାଶୁଝା ପରେ ପୋଲିସ୍‌କୁ ଗାଁ ଲୋକେ ଛାଡିଥିଲେ ।

 

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

6 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

24 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

28 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

35 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

37 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago