ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କରି ପୋଲିସ୍କୁ ଅଟକ ରଖିଲେ ଗାଁ ଲୋକେ
ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ତଦନ୍ତ ପାଇଁ ଆସିଥିବା ପୋଲିସ ଆଇଆଇସିଙ୍କୁ ଅଟକ ରଖିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ
![KALAHANDI MURDER](https://knewsodisha.com/wp-content/uploads/2023/05/KALAHANDI-1.jpg)
ଭବାନୀପାଟଣା (କେନ୍ୟୁଜ୍) : ଜଙ୍ଗଲରୁ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ତଦନ୍ତ ପାଇଁ ଆସିଥିବା ପୋଲିସ ଆଇଆଇସିଙ୍କୁ ଅଟକ ରଖିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ । ଉଚିତ ତଦନ୍ତ ପାଇଁ ପ୍ରତିଶ୍ରୁତି ପରେ ଅଟକ ପୋଲିସଙ୍କୁ ଛାଡିଲେ ଗ୍ରାମବାସୀ ।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମପଞ୍ଚାୟତ ଅଧୀନ ତେନ୍ତୁଳି କୁପାର ଗାଁର ଏହି ଘଟଣା । ବିବାହିତ ଯୁବକ ସୁଦାମ ଭୋଇଙ୍କର ଗତକାଲି ଜଂଗଲରୁ ଗଛରେ ଝୁଲନ୍ତା ଅବସ୍ଥାରେରେ ମୃତ ଦେହ ମିଳିଥିଲା । ତେବେ ତାଙ୍କ ପରିବାର ଲୋକେ ସୁଦାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।
ସୂଚନା ମୁତାବକ ମୃତକ ସୁଦାମଙ୍କୁ ରିଶିଡା ଫାଣ୍ଡି ପୋଲିସ ଏକ ମାମଲାର ତଦନ୍ତ ପାଇଁ ଘରୁ ଉଠାଇ ନେଇଥିଲା । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରି ତାକୁ ଛାଡି ଦେଇଥିବା ବେଳେ ସେହିଦିନ ଠାରୁ ସେ ଆଉ ଘରକୁ ଫେରି ନଥିଲେ । ତେବେ ଗତକାଲି କଛାରଡେଗେନ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ପୋଲିସ୍କୁ ଖବର ଦିଆଯାଇଥିଲା । ଆଜି ଘଟଣାର ତଦନ୍ତ ପାଇଁ ଆସିଥିବା ମଦନପୁର ରାମପୁର ଥାନା ଅଧିକାରୀଙ୍କୁ ଉଚିତ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ବୁଝାଶୁଝା ପରେ ପୋଲିସ୍କୁ ଗାଁ ଲୋକେ ଛାଡିଥିଲେ ।