ସୁଲଭ ମୂଲ୍ୟରେ ଦକ୍ଷିଣ- ପୂର୍ବ ଏସୀୟ ସହରକୁ ଯାତ୍ରା କରିପାରିବେ ଓଡ଼ିଶାବାସୀ, ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବାର ଟିକେଟ ବିକ୍ରି ଆରମ୍ଭ

ଲୋକଙ୍କ ସ୍ୱାର୍ଥରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜୁନ ୩ତାରିଖରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କଙ୍କକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହେବ।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବାର ଟିକେଟ ବିକ୍ରି ଆରମ୍ଭ। ଟିକେଟ ବିକ୍ରିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁଲଭ ମୂଲ୍ୟରେ ଦକ୍ଷିଣ- ପୂର୍ବ ଏସୀୟ ସହରକୁ ଓଡ଼ିଶାବାସୀ ଯାତ୍ରା କରିପାରିବେ। ଏହା ଦ୍ୱାରା ନୂଆ ନିଯୁକ୍ତିର ସୁଯୋଗ ସହ ପର୍ଯ୍ୟଟନର ଉନ୍ନତି ଓ ଆଇଟି ଏବଂ ଆଇଟିଇଏସ ସେକ୍ଟର ସମୃଦ୍ଧ ହେବ ବୋଲି ସେ କହିଛନ୍ତି।

ଲୋକଙ୍କ ସ୍ୱାର୍ଥରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜୁନ ୩ତାରିଖରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କଙ୍କକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହେବ। ଅନ୍ତର୍ଜାତୀୟ ବିମାନ ସେବା ଚଳାଚଳ ପାଇଁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଶହେ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ଏହି ସହାୟତା ଦ୍ୱାରା ସୂଲଭ ଦରରେ ଓଡ଼ିଶାରୁ ଅନ୍ତର୍ଜାତୀୟ ଉଡ଼ାଣ ସହଜ ହୋଇପାରିବ।

ଭୁବନେଶ୍ୱରରୁ ଦୁବାଇ ପାଇଁ ଟିକେଟ୍‌ ବୁକିଂ ଉତ୍ସାହଜନକ ରହିଛି। ମେ ୧୫ ତାରିଖରୁ ଦୁବାଇକୁ ଇଣ୍ଡିଗୋ ବିମାନ ଉଡାଣ ଆରମ୍ଭ ହେବ। ସିଙ୍ଗାପୁରକୁ ବିମାନ ସପ୍ତାହରେ ଦୁଇଦିନ ମଙ୍ଗଳବାର ଓ ଶନିବାର ଉଡ଼ାଣ ଭରିବ। ସେହିପରେ ବ୍ୟାଙ୍କଙ୍କକୁ ମଧ୍ୟ ସପ୍ତାହରେ ଦୁଇଦିନ ମଙ୍ଗଳବାର ଓ ଶନିବାର ଉଡ଼ାଣ ଭରିବ।…ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ସଂପୂର୍ଣ୍ଣ ଦକ୍ଷିଣ ପୂର୍ବ ଏସିଆ ପାଇଁ ଦ୍ୱାର ଉନ୍ମୁକ୍ତ କରିବ। ଏହାସହ ଗଲଫ୍‌, ୟୁରୋପ ଓ ପାଶ୍ଚାତ୍ୟ ଦେଶ ପାଇଁ ଗେଟୱେ ହେବ ଦୁବାଇକୁ ସିଧା ବିମାନ ଯୋଗାଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.