ରାଜ୍ୟ

ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ଦିଲ୍ଲୀ ହାଇକୋର୍ଟ, ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ

ନୂଆଦିଲ୍ଲୀ(କେନ୍ୟୁଜ୍‌): ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ । ପଲିଟିକାଲ ରିଏଣ୍ଟ୍ରି ପାଇଁ ପଥ ପରିସ୍କାର ହୋଇଛି। ୨୦୨୦ରେ କୋଲ୍ ସ୍କାମ୍ ମାମଲାରେ ଆଶ୍ବସ୍ତି ଦେଲେ ଦିଲ୍ଲୀ ହାଇକୋର୍ଟ । କୋଲ ସ୍କାମରେ ଟ୍ରାଏଲ କୋର୍ଟ, ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଦଣ୍ଡାଦେଶ ଯୋଗୁଁ ନିର୍ବାଚନ ଲଢିବା ନେଇ ବାଟ ବନ୍ଦ ରହିଥିଲା । ନିକଟରେ ଦିଲ୍ଲୀପ ଦୋଷୀ ସାବ୍ୟସ୍ତ ନେଇ ଥିବା ରାୟ ଉପରେ ସ୍ଥଗିତାଦେଶ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଏବେ ଟ୍ରାଏଲ କୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଫଳରେ ଦିଲ୍ଲୀପ ରାୟ ନିର୍ବାଚନ ଲଢିବା ପଥ ପରିସ୍କାର ହୋଇଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ବର୍ତ୍ତମାନର ଆବେଦନ ଉପରେ ଶୁଣାଣି ଚାଲିଥିବାରୁ ଦୋଷୀ ସାବ୍ୟସ୍ତ ହେବା ସ୍ଥଗିତ ରହିଲା । କିନ୍ତୁ ଏହି ଆଦେଶ ଅର୍ଥ ସେ ଦୋଷମୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

 

 

Sasmita

Recent Posts

ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ…

19 mins ago

ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର…

1 hour ago

କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ…

1 hour ago

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

2 hours ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

2 hours ago

ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ ।  ଜଣେ ମୃତ, ୨ ଗୁରୁତର ।  ଗୁରୁତରଙ୍କୁ ଆସିକା ଉପଖଣ୍ଡ…

2 hours ago