ରାଜ୍ୟ

ଦେଓ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଦୁଇଟି ଗାଁର ଶହ ଶହ ବର୍ଷର ପୁରାତନ ଶାଳ ଗୁଡିକ କରାଯାଇଛି ସ୍ଥାନାନ୍ତର

କରଞ୍ଜିଆ: ଦେଓ ପ୍ରକଳ୍ପ । ଯାହା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ସବୁଠାରୁ ବଡ଼ ପ୍ରକଳ୍ପ। ଏହି ପ୍ରକଳ୍ପ କୁ ଶୁଭ ଦେଇଥିଲେ ବିଜୁ ପଟ୍ଟନାୟକ । ଯାହା ଦୀର୍ଘ ୨୮ ବର୍ଷ ରେ ପରେ ଶେଷ ହେବାକୁ ଯାଉଛି । ଏହି ଅଞ୍ଚଳରୁ ଦୁଇଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ପରେ ପ୍ରଶାସନ ଏବଂ ସ୍ଥାନୀୟବାସିନ୍ଦାଙ୍କ ଶହ ଶହ ବର୍ଷ ପୁରାତନ ଶାଳ ଗୁଡିକ ଏବେ ସ୍ୱେଚ୍ଛାକୃତ ଭାବେ ସ୍ଥାନାନ୍ତରିତ କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବରେ ପରିଚିତ ଥିଲା । ଅର୍ଥନୀତି ସଦୁଢ଼ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କରଞ୍ଜିଆ ବ୍ଳକ ର ହାତୀବାରି ଗାଁ ରେ ଦେଓ ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ଟି ଶିମିଳିପାଳ ଅଭୟାରଣ୍ୟ ରୁ ବାହାରିଥିବା ଦେଓ ନଦୀ ଉପରେ ବନ୍ଧ ବାନ୍ଧିବା ପାଇଁ ଯୋଜନା ଆରମ୍ଭ ହେଇଥିଲା । ଏହା ଭିତରେ ୨୮ ବର୍ଷ ବିତିଗଲାଣୀ । ଚଳିତବର୍ଷ ଦେଓ ବନ୍ଧରେ ଦେଓ ନଦୀର ପାଣି ରଖିଛନ୍ତି । ଯେଉଁଠି ଦିନେ ଚାଷ ଜମି ଥିଲା ଏବେ ସେଠାରେ ଜଳମଗ୍ନ ହେଇ ଗଲାଣି । ସତେ ଯେମିତି ଦେଖିଲେ ଲାଗୁଛି ଏକ ହ୍ରଦ ପରି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପ୍ରାୟ ୧୦ ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଚାଷଜମି ରେ ଚାଷ କରିପାରିବେ ଚାଷୀ । ଦୁଇଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେଇଛନ୍ତି । ଏହି ଗାଁ ଦୁଇଟି ସମ୍ପୁର୍ଣ୍ଣ ପାଣିରେ ବୁଡିଯିବ । ଦୁଇଟି ଗାଁର ସମସ୍ତ କୁ ପ୍ରଶାସନ ଆଥିକ ସହଯୋଗ ସହିତ ଅସ୍ଥାଇ ଘରେ ଥଇଥାନ କରିବା ସହିତ ଗୋଟିଏ ପରିବାର କୁ ବିଜୁପକା ଘର ନିର୍ମାଣ ଚାଲିଛି ।

ଦୁଇଟି ଗ୍ରାମର ସମସ୍ତ ଗ୍ରାମବାସୀ ବିସ୍ଥାପିତ ହୋଇସାରିଛନ୍ତି। ହେଲେ ସେମାନଙ୍କର ଆରାଧ୍ୟ ଦେବୀ ମା ସୁନାମୁହିଁ ଠାକୁରାଣୀ, ରାମ ରାଜ ଠାକୁର,ବଡାମ ଠାକୁର,ମାତା ବଡାମଣୀ,ମା ଲକ୍ଷ୍ମୀ ଠାକୁରାଣୀଙ୍କ ଶାଳ ଗ୍ରାମ ମାନଙ୍କର ସ୍ଥାନାନ୍ତର ହୋଇପାରିନଥିଲା।। ତେଣୁ ଏହି ଗ୍ରାମର ଗ୍ରାମବାସୀ ମାନଙ୍କ ଭାବନାକୁ ସମ୍ମାନ ଦେଇ ଜିଲ୍ଲାପାଳ ବିନିତ ଭରଦ୍ୱାଜ,ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ, ପାଞ୍ଚପିଢ ଉପଜିଲ୍ଲାପାଳ ଓ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନାନ୍ତରିତ କରାଯାଇଛି। ପାରମ୍ପରିକ ପୋଷାକ ଏବଂ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଶାଳ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଛି । ଶାଳ ସ୍ଥାନାନ୍ତରିତ ପାଇଁ ଉତ୍ସବ ମୁଖର ହେଇପଡ଼ିଲିଥିଲା ହାତୀବାରି ଗାଁ। ପାରମ୍ପରିକ ପ୍ରଥା ଅନୁଯାୟୀ ବାଜା ବଜାର ନୃତ୍ୟ ପରିବେଷଣ କରି ଠାକୁର ମାନଙ୍କୁ ନୂତନ ସ୍ଥାନ କୁ ଆଣିଥିଲେ । ଏଥିରେ ବାଲେଶ୍ବର,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ରୁ ଶହ ଶହ ବାଥୁଡି ସମାଜ ଲେକମାନେ ଯୋଗ ଦେଇଥିଲେ ।

ଦେଓ ବନ୍ଧ ଟି ୯୦ ଭାଗ କାମ ସରିଲାଣି । ଶିମିଳିପାଳ ପାଦ ଦେଶରେ ଏହି ପ୍ରକଳ୍ପ ଟି ଥିବାରୁ ବେଶ ଆଶାବାଦୀ ଅଛନ୍ତି ସରକାର । ପ୍ରଥମେ ଏହି ପ୍ରକଳ୍ପ ଟି ର ୫୨ କୋଟି ଭିତରେ ସରିବା କଥା ୨୮ ବର୍ଷ ବିଳମ୍ବ ଯୋଗୁଁ ଏବେ ୯ ଶହ କୋଟି ରୁ ଉର୍ଦ୍ଧ୍ବ ପହଁଚି ଗଲାଣି ।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର୧୦୦ ଗାଁର ଚାଷୀ ଉପକୃତ ହେଇପାରିବେ ।

Sonalisa

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

3 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

48 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

54 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago