ରାଜ୍ୟ

ଟ୍ରକ୍ ସହ ଧକ୍କା ହେଲା ଉପବାଚସ୍ପତିଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ ସିଂ

ଅନୁଗୁଳ(କେନ୍ୟୁଜ୍): ଅଳ୍ପକେ ବର୍ତ୍ତିଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ଦୁର୍ଘଟଣାଗ୍ରସ୍ତ ହେଲା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି। ଏକ ଟ୍ରକ୍‌ ସହ ଉପବାଚସ୍ପତିଙ୍କ କାର୍‌ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଆଜି ଅପରାହ୍ନରେ ଉପବାଚସ୍ପତି ରଜନୀକାନ୍ତ ସିଂ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ସେ ନିଜ ଗାଡ଼ି (OD02AR6006) ଯୋଗେ ଅନୁଗୋଳରୁ ବଲଙ୍ଗ ଅଭିମୁଖେ ଯାଉଥିଲେ। ଏହି ସମୟରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ଉପବାଚସ୍ପତିଙ୍କ ଗାଡ଼ି ଧକ୍କା ହୋଇଥିଲା।ଗୋଟିଏ ଟ୍ରକ୍‌ ସହ ଉପ ବାଚସ୍ପତିଙ୍କ କାର୍‌ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଉପବାଚସ୍ପତି ରଜନୀକାନ୍ତ ସିଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ସମୟରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ଏହାର ଧକ୍କା ହୋଇଛି।
ଦୁର୍ଘଟଣାରେ ଗାଡ଼ିର ଡାହାଣ ପାଖ ଅଂଶ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ି ଚାଳକ ଓ ଉପବାଚସ୍ପତି ଶ୍ରୀ ସିଂ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ଶ୍ରୀ ସିଂ ତୁରନ୍ତ ଆଉ ଏକ କାର୍‌ରେ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଗାଡ଼ିକୁ ଥାନାକୁ ନେଇଛି। ଏଥିସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ ଜାରି ରଖିଛି। ସାମ୍ନାକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ସମ୍ଭବତଃ ଉପ ବାଚସ୍ପତିଙ୍କ କାର୍‌ଟି ଓଭରଟେକ କରୁଥିବା ବେଳେ ଟ୍ରକ୍‌ ଦେହରେ ମାଡ଼ ହୋଇଯାଇଛି।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago