ମନୋରଂଜନ

‘ଅବତାର ୨’ ପୂରା ବିଶ୍ୱରେ ପକାଇଛି ଚହଳ; ବକ୍ସ ଅଫିସ୍‌ ରୋଜଗାର ଅତିକ୍ରମ କଲା ୧ ବିଲିୟନ ଡଲାର

‘ଅବତାର ଦ ୱେ ଅଫ୍‌ ୱାଟର’ ଭାରତ ସମେତ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଛି। ଏହି ଫିଲ୍ମକୁ ଲୋକମାନଙ୍କଠାରୁ ଏତେ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି ଯେ ପ୍ରତ୍ୟେନ ଦିନ ଏହା ଆୟର ନୂଆ ରେକର୍ଡ ସୃଷ୍ଟି କରୁଛି। ଫିଲ୍ମର ବଢ଼ିଆ କଲେକ୍ସନ ଭିତରେ ଏବେ ଅବତାର ୨ ସହିତ ଏକ ବଡ଼ ଉପଲବ୍ଧି ଯୋଡି ହୋଇଛି। ତାଜା ରିପୋର୍ଟ ମୁତାବକ, ଫିଲ୍ମ ସାରା ବିଶ୍ୱରେ ୧ ବିଲିୟନରୁ ଅଧିକ ଆୟ କରିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଚଳଚ୍ଚିତ୍ରଟି ମୋଟ ୧.୦୩ ବିଲିୟନ ରୋଜଗାର କରିଛି।

ଏହି ଜବରଦସ୍ତ ରୋଜଗାର ସହିତ ଫିଲ୍ମ ନିଜର ହିଁ ପ୍ରିକ୍ୱେଲ୍ ଅର୍ଥାତ୍ ଅବତାରର ରେକର୍ଡକୁ ଭାଙ୍ଗି ଦେଇଛି। ବାସ୍ତବରେ, ଏହି ଫିଲ୍ମ ସବୁଠାରୁ ଦ୍ରୁତତମ ୧ ବିଲିୟନ ରୋଜଗାର କରିଥିବା ଷଷ୍ଠ ଚଳଚ୍ଚିତ୍ର ହୋଇପାରିଛି। ଅବତାର ୨ ଏହି କାରନାମା ମାତ୍ର ୧୪ ଦିନରେ କରି ଦେଖାଇଛି, ଯେତେବେଳେ କି, ଅବତାରକୁ ଏମିତି କରିବାରେ ୧୯ ଦିନ ସମୟ ଲାଗିଥିଲା। ଯଦି ଭାରତୀୟ ଟଙ୍କାରେ ଫିଲ୍ମର ରୋଜଗାର ବିଷୟରେ କହିବା, ତେବେ ଏହି ରାଶି ୮୨ ବିଲିୟନ ୮୪ କୋଟି ୯୫ ଲକ୍ଷ ଟଙ୍କା ହେବ।

କହି ରଖୁଛୁ, କରୋନା ମହାମାରୀ ପରେ ବିଲିୟନ ଡଲାରର ରୋଜଗାର କରିଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଏବେ ଅବତାର ୨ର ନାମ ମଧ୍ୟ ଯୋଡ଼ି ହୋଇଯାଇଛି। ଏହାପୂର୍ବରୁ ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍ (୧.୯୦୮ ବିଲିୟନ), ଟପ୍ ଗନ୍: ମାଭରିକ୍ (୧.୪୮୯ ବିଲିୟନ) ଏବଂ ଜୁରାସିକ୍ ୱାର୍ଲ୍ଡ: ଡୋମିନିଅନ୍ (୧.୦୦୧ ବିଲିୟନ) ଏହିପରି କରିସ୍ମା ଦେଖାଇ ସାରିଛନ୍ତି।

ସୂଚନାଥାଉ କି, ଅବତାର ୨କୁ ଭାରତୀୟ ଦର୍ଶକଙ୍କଠାରୁ ଭରପୂର ଭଲ ପାଇବା ମିଳୁଛି। ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏ ପର୍ଯ୍ୟନ୍ତ ଘରୋଇ ବକ୍ସ ଅଫିସରେ ୨୯୩ କୋଟିରୁ ଅଧିକ ସଂଗ୍ରହ କରି ନେଇଛି।

Roshni

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

11 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

19 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

34 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

46 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

53 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago