ରାଜ୍ୟ

ସରଗରମ ଧାମନଗର ରାଜନୀତି: ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ

କେନ୍ୟୁଜ୍(ବ୍ୟୁରୋ): ସରଗରମ ଧାମନଗର ରାଜନୀତି । ମଇଦାନ ପ୍ରସ୍ତୁତ। ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ। ବିଜେଡିରୁ ପ୍ରାର୍ଥି ଭାବେ ଲଢିବେ ଅବନ୍ତୀ ଦାସ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ଅବନ୍ତୀ। ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତିଥିଲେ ଅବନ୍ତୀ ଦାସ । ସେ କାଁପଡ଼ା ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏସଏଚଜି ସହିତ ଜଡ଼ିତ ଥିବାରୁ ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରାଯାଇଛି । ବିଜେଡି ସୁପ୍ରିମୋ ଅବନ୍ତୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣ ନେଇ ବିଜେଡିର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି ।

ସେହିପରି ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳୀୟ ସଙ୍ଗଠନ ଓ ଅନୁକମ୍ପା ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ବାବା ହରେକୃଷ୍ଣଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ନିଜ ସମ୍ମାନ ଫେରିପାଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ସେ ପ୍ରଚାର ମୈଦାନକୁ ବି ଓହ୍ଲାଇଛନ୍ତି । ଧାମନଗରରେ ଏପରି ତ୍ରିମୁଖୀ ଲଢେଇ ରାଜ୍ୟ ରାଜନୀତିରେ ଉଷ୍ଣତା ଭରିଦେଇଛି।

KNews Bureau

Recent Posts

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା…

27 mins ago

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

45 mins ago

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…

48 mins ago

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

1 hour ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

2 hours ago