ରାଜ୍ୟ

ଦୀପ ଜାଳି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଧର୍ମଶାଳା ବିଜୁ ଯୁବ ଜନତା ଦଳ

ଯାଜପରୁ (କେନ୍ୟୁଜ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ବର୍ଷରେ ପାଦ ଥାପିଛନ୍ତି ନବୀନ। ଏବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳିନାହାଁନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଯାଜପରୁ ଜିଲ୍ଲା ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରି ଯୁବଛାତ୍ର କର୍ମୀମାନେ ଜାରକାସ୍ଥିତ ତ୍ରିନାଥେଶ୍ୱର ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କରିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଘର ଘର ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି। ବସ୍ତି ଅଂଚଳକୁ ଯାଇ ମାସ୍କ, ସାନିଟାଇଜର ଓ ମିଠା ବଂଟନ କରିଛନ୍ତି। ଏଥିସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି କ୍ଷିତିଶ ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୈାମ୍ୟ ପ୍ରକାଶ ବିଶ୍ୱାଳଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ ।

Pritiparna

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

21 seconds ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

32 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

34 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

59 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago