ରାଜ୍ୟ

ଦାରିଙ୍ଗବାଡି ବୁଡ଼ାଗୁଡା ଝାଡ଼ାବାନ୍ତି ଆତଙ୍କ, ସଚେତନ ପରେ ମଧ୍ୟ ଦୂଷିତ ପାଣି ପିଇ ଡାଇରିଆର ଆକ୍ରାନ୍ତ ହେଉଛନ୍ତି ଲୋକେ

ଦାରିଙ୍ଗବାଡ଼ି (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ପଡିକିଆ ଗ୍ରାମର ପେଟା ମଲ୍ଲିକ (୪୦) ନାମକ ଜଣେ ବ୍ୟକ୍ତି ତରଳ ଝାଡାରେ ମୃତ୍ୟୁ ବରଣ କରିଛନ୍ତି । ଯାହା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏବେବି ଗ୍ରାମରେ ଅନେକ ଲୋକ ତରଳଝାଡ଼ାରେ ଆକ୍ରାନ୍ତ ଅଛନ୍ତି । ସେହିପରି କଡ଼ଗାବାଲି ଗ୍ରାମରେ ୪୫ ପରିବାର ରହୁଥିବା ବେଳେ ସମସ୍ତେ ଚୁଆ ଏବଂ ନାଳ ପାଣି ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ଅଦିନିଆ ମେଘ ପବନ କୁଆପଥର ବର୍ଷା ପାଇଁ ଚୁଆ,ନାଳ ପାଣି ଦୂଷିତ ହୋଇ ଥିବା ଜଣାପଡିଛି ।

 

ଏହିପାଣିକୁ ବ୍ୟବହାର କରି ଲୋକଙ୍କର ତରଳଛଡ଼ା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ପ୍ରଶାସନ ତରଫରୁ ଗାଁରେ ଲୋକଙ୍କୁ ସଚେତନା କଲା ପରେବି ଲୋକେ ପୁରୁଣା ଅଭ୍ୟାସ ଛାଡିବାକୁ ନାରାଜ । ଯାହାଫଳରେ ଗାଁରେ ଅଧିକାଂଶ ପରିବାରରେ ବର୍ତମାନ ତରଳଛଡ଼ାରେ ଆକ୍ରାନ୍ତ ଅଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ପ୍ରଶାସନ ତରଫରୁ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆ ଯାଉଛି ।ଲୋକଙ୍କୁ ଚୁଆ, ନାଳର ପାଣି ବ୍ୟବହାର ନକରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ଆକ୍ରାନ୍ତଙ୍କ ଗାଁରେ ବାଲିଗୁଡା ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ଫୁଲବାଣୀ ଏବଂ ଦାରିଙ୍ଗବାଡିରୁ ଏକ ମେଡ଼ିକାଲ ଟିମ ଆସି ଗାଁରେ ପହଞ୍ଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସମସ୍ତଙ୍କୁ ହାଲୋଜିନ ବଟିକା ଦିଆଯାଇଛି । ସମସ୍ତେ ପାଣିକୁ ଗରମକରି ଫୁଟାଇ ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।ଏହି ତରଳ ଝାଡ଼ା ରୋଗରେ ପଡିକିଆ ଏବଂ କଡ଼ଗାବାଲି ଅଞ୍ଚଳର ଅନେକ ଲୋକ ସଂକ୍ରମିତ ହୋଇ ବୁଡ଼ାଗୁଡା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ବାଲିଗୁଡା ସ୍ଥାନାନ୍ତର କରାଯାଇଛି ।ଅନ୍ୟପକ୍ଷରେ ଫୁଲବାଣୀରୁ ଡାକ୍ତରୀ ଟିମି ଆସି ତରଳଝାଡ଼ା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଗାଁରେ ଅଛନ୍ତି । ଏହି ଅବସ୍ଥାର ଯଥାଶୀଘ୍ର ସୁଧାର ଆସିବ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ।

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

24 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

26 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

29 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

36 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

50 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago