ଦାରିଙ୍ଗବାଡି ବୁଡ଼ାଗୁଡା ଝାଡ଼ାବାନ୍ତି ଆତଙ୍କ, ସଚେତନ ପରେ ମଧ୍ୟ ଦୂଷିତ ପାଣି ପିଇ ଡାଇରିଆର ଆକ୍ରାନ୍ତ ହେଉଛନ୍ତି ଲୋକେ

ଦାରିଙ୍ଗବାଡ଼ି (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ପଡିକିଆ ଗ୍ରାମର ପେଟା ମଲ୍ଲିକ (୪୦) ନାମକ ଜଣେ ବ୍ୟକ୍ତି ତରଳ ଝାଡାରେ ମୃତ୍ୟୁ ବରଣ କରିଛନ୍ତି । ଯାହା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏବେବି ଗ୍ରାମରେ ଅନେକ ଲୋକ ତରଳଝାଡ଼ାରେ ଆକ୍ରାନ୍ତ ଅଛନ୍ତି । ସେହିପରି କଡ଼ଗାବାଲି ଗ୍ରାମରେ ୪୫ ପରିବାର ରହୁଥିବା ବେଳେ ସମସ୍ତେ ଚୁଆ ଏବଂ ନାଳ ପାଣି ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ଅଦିନିଆ ମେଘ ପବନ କୁଆପଥର ବର୍ଷା ପାଇଁ ଚୁଆ,ନାଳ ପାଣି ଦୂଷିତ ହୋଇ ଥିବା ଜଣାପଡିଛି । dairia2

 

ଏହିପାଣିକୁ ବ୍ୟବହାର କରି ଲୋକଙ୍କର ତରଳଛଡ଼ା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ପ୍ରଶାସନ ତରଫରୁ ଗାଁରେ ଲୋକଙ୍କୁ ସଚେତନା କଲା ପରେବି ଲୋକେ ପୁରୁଣା ଅଭ୍ୟାସ ଛାଡିବାକୁ ନାରାଜ । ଯାହାଫଳରେ ଗାଁରେ ଅଧିକାଂଶ ପରିବାରରେ ବର୍ତମାନ ତରଳଛଡ଼ାରେ ଆକ୍ରାନ୍ତ ଅଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ପ୍ରଶାସନ ତରଫରୁ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆ ଯାଉଛି ।ଲୋକଙ୍କୁ ଚୁଆ, ନାଳର ପାଣି ବ୍ୟବହାର ନକରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ଆକ୍ରାନ୍ତଙ୍କ ଗାଁରେ ବାଲିଗୁଡା ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ଫୁଲବାଣୀ ଏବଂ ଦାରିଙ୍ଗବାଡିରୁ ଏକ ମେଡ଼ିକାଲ ଟିମ ଆସି ଗାଁରେ ପହଞ୍ଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସମସ୍ତଙ୍କୁ ହାଲୋଜିନ ବଟିକା ଦିଆଯାଇଛି । ସମସ୍ତେ ପାଣିକୁ ଗରମକରି ଫୁଟାଇ ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।ଏହି ତରଳ ଝାଡ଼ା ରୋଗରେ ପଡିକିଆ ଏବଂ କଡ଼ଗାବାଲି ଅଞ୍ଚଳର ଅନେକ ଲୋକ ସଂକ୍ରମିତ ହୋଇ ବୁଡ଼ାଗୁଡା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ବାଲିଗୁଡା ସ୍ଥାନାନ୍ତର କରାଯାଇଛି ।ଅନ୍ୟପକ୍ଷରେ ଫୁଲବାଣୀରୁ ଡାକ୍ତରୀ ଟିମି ଆସି ତରଳଝାଡ଼ା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଗାଁରେ ଅଛନ୍ତି । ଏହି ଅବସ୍ଥାର ଯଥାଶୀଘ୍ର ସୁଧାର ଆସିବ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ।

Leave A Reply

Your email address will not be published.