ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ମାଆ ଝିଅ ହେଲେ ଇନ୍ଦୁ ଦାସ ଓ ପାୟଲ ଦାସ । ସକାଳେ ଉଭୟ ମାଆ ଝିଅ ଘରେ ଥିବା ବେଳେ ପଡୋଶୀ ତାଙ୍କ ଘରକୁ ଆସି ଛୁରୀରେ ଆକ୍ରମଣ କରଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଜମିବାଡିକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

କିଛିଦିନ ପୂର୍ବରୁ ଇନ୍ଦୁ ଦାସଙ୍କ ପରିବାର ଗୋପାଲମାଲ ଅଞ୍ଚଳରେ ଜମି କିଣି ଘର ତିଆରି କରିଥିଲେ । ସେବେଠାରୁ ତାଙ୍କ ପଡୋଶୀଙ୍କ ସହ ଝଗଡା ଲାଗି ରହିଥିଲା ।   ଏପରିକି ସୁରଜ ଇନ୍ଦୁଙ୍କୁ ଧମକ ଦେବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ  । ଇନ୍ଦୁଙ୍କ ଘରର ମଇଲା ପାଣି ଯାଉଥିବା ନାଳକୁ ନେଇ ଏହି ଘାଟଣା ଘଟିଛି  । ଘଟଣା ଘଟିବା ପର ଠାରୁ ସୁରଜ ଫେରାର ହୋଇଯାଇଛି  । ଅଇଁଠାପାଲି ପୋଲିସ ଘଟଣାର ତଦନ୍ତ କରିବା ସହ ସୁରଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.