୫ ଦିନ କାଳବୈଶାଖୀ, ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା

ଭୁବନେଶ୍ୱର : ୫ ଦିନ କାଳବୈଶାଖୀ । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା । ୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ବରଗଡ଼,ସମ୍ବଲପୁର,ଝାରସୁଗୁଡ଼ା,ସୁନ୍ଦରଗଡ଼,କେନ୍ଦୁଝର, ମୟୂରଭଞ୍ଜ । ଆଗାମୀ ୧୭ ତାରିଖ ଠାରୁ କିଛି ମାତ୍ରାରେ ବର୍ଷାର ପ୍ରଭାବ ବଢିପାରେ ।

୧୭ ତାରିଖରେ ନୟାଗଡ଼ କଳାହାଣ୍ଡି କନ୍ଧମାଳ,ରାୟଗଡ଼ା,ଗଜପତି ଗଞ୍ଜାମ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ । ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ବଢ଼ିବାର ସମ୍ଭାବନା ରହିଛି । ପ୍ରାକ୍ ମୌସୁମୀ ଫଳରେ ଟୁଇନ୍ ସିଟିରେ ବର୍ଷା ହେଉଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave A Reply

Your email address will not be published.