ରାଜ୍ୟ

ଜନ୍ମରୁ ଭିନ୍ନକ୍ଷମ କିନ୍ତୁ ସେ ସୁମଧୁର ସ୍ବରର ଅଧିକାରିଣୀ, ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଖୋଜୁଛନ୍ତି ରାହା

ଜଳେଶ୍ବର: ସତରେ କଥା ରେ ଅଛି ସୁନା ଥିଲେ କାନ ନାହିଁ, ଆଉ କାନ ଥିଲେ ସୁନା ନାହିଁ। ଆମେ ଏଠି କୌଣସି ସତ ସୁନା କଥା କହୁନୁ , ଆମେ ଏଠି କହୁଛୁ ସୁନା ଭଳି ଚମକୁଥିବା ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ କଥା। ଯିଏ ଜନ୍ମ ରୁ ଅନ୍ଧ ଏବଂ ଭିନ୍ନକ୍ଷମ। ଯିଏ ନିଜର ସୁମଧୁର କଣ୍ଠସ୍ବର ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେ ହେଉଛନ୍ତି ଆଦିବାସୀ ଝିଅ ମୁନି ସୋରେନ ।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଦରଡା ଗ୍ରାମର କାଳିଆ ସୋରେନ ଏବଂ ବୁଢି ସୋରେନଙ୍କ ଏକମାତ୍ର ଝିଅ ହେଉଛନ୍ତି ମୁନି ସୋରେନ। ନିଜର ଜମିବାଡି କିଛି ନଥିବାରୁ ପର ଘରେ ମୂଲ ଲାଗି ଯାହା କିଛି ରୋଜଗାର ହୁଏ , ସେଥିରେ କଷ୍ଟେମଷ୍ଟେ ଚଳିଯାନ୍ତି ଏହି ତିନି ପ୍ରାଣୀ କୁଟୁମ୍ବ। ଅତ୍ଯନ୍ତ ଗରିବ ପରିବାରର ହୋଇଥିବାରୁ ରହିବା ପାଇଁ ଭଲ ଘର ଖଣ୍ତିଏ ମଧ୍ଯ ନାହିଁ। ଭଙ୍ଗା କୁଡିଆରେ ବିତୁଛି ଏମାନଙ୍କର ଦୟନୀୟ ଜୀବନ। ତେବେ ବୋଝ ଉପରେ ନଳିତାବିଡା ପଡିଲା ଭଳିଆ ଝିଅ ଜଣକ ଜନ୍ମ ରୁ ସମ୍ପୂର୍ଣ୍ଣ ଅନ୍ଧ ଏବଂ ଭିନ୍ନକ୍ଷମ। ତେବେ ବାପା ମା ଭୋକଉପାସରେ ରହି ମଧ୍ଯ ଝିଅକୁ ପାଠ ପଢାଇ ମଣିଷ କରିବା ପାଇଁ ଲାଗି ପଡିଥିଲେ। ଅଭାବ ଅନାଟନ ଭିତରେ ରହି ମଧ୍ଯ ଝିଅ ଟିର ଆଖି କୁ କିଛି ଦେଖା ଯାଉନଥିଲେ ବି ବହୁ କଷ୍ଟରେ ମାଟ୍ରିକ ପାସ କରିବା ପରେ +2 ରେ ରେ ଆଡମିଶନ କରିଥିଲେ।

ମାତ୍ର ଅର୍ଥାଭାବ ଯୋଗୁଁ ପରୀକ୍ଷା ନଦେଇ ପାରିବାରୁ ପାଠପଢାରେ ଡୋରି ବନ୍ଧା ହୋଇଯାଇଥିଲା ଝିଅ ମୁନିର। ତେବେ ପିଲା ଦିନ ରୁ ସଙ୍ଗୀତ ପ୍ରତି ଦୁର୍ବଳତା ଥିବା ରୁ ସେ ରେଡିଓ , ଟିଭି ଏବଂ ମୋବାଇଲରୁ ଗୀତ ଶୁଣି ଶୁଣି ଗୀତ ଗାଇବା ଆରମ୍ଭ କରିଥିଲେ। ଆଖିକୁ କିଛି ଦେଖା ଯାଉନଥିବାରୁ ଗୀତ କୁ ଶୁଣି ମନେ ରଖି ଗୀତ ଗାଇବା ଆରମ୍ଭ କରିଥିଲେ। ଅର୍ଥ ନଥିବାରୁ କୌଣସି ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା ନକରି ମଧ୍ଯ ବହୁତ ସୁନ୍ଦର ଗୀତ ଗାଇ ପାରୁଛନ୍ତି ସେ। । ଭିନ୍ନକ୍ଷମ ଏବଂ ଅନ୍ଧ ହୋଇଥିଲେ ମଧ୍ଯ ତାଙ୍କର ସ୍ବପ୍ନ ରହିଛି ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହୋଇ ଓଡିଶାର ନାଁ ରଖିବେ। ତେବେ ସରକାର କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ଯଦି ତାଙ୍କ ପାଇଁ ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢାନ୍ତି,ତାହାଲେ ଏହି ଗରିବ ଅନ୍ଧ ଏବଂ ଭିନ୍ନକ୍ଷମ ଆଦିବାସୀ ଝିଅର ଅଧୁରା ସ୍ବପ୍ନ ପୂରଣ ହୋଇ ପାରନ୍ତା।

ଜଳେଶ୍ବରରୁ ରାଧା ଗୋବିନ୍ଦ ଦାସଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago