ଭୁବନେଶ୍ୱର (କେ ନ୍ୟୁଜ୍) : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଦୀଲୀପ ରାୟଙ୍କର ଘର ବାହୁଡ଼ା ହେବକି? ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲ୍ଲୀପ ରାୟ ବିଜେଡି ଫେରିବା ନେଇ ସଙ୍କେତ ମିଳିଛି। ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । କିଛି ସମୟ ସେଠାରେ ରହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଫେରିଥିଲେ ଦିଲ୍ଲୀପ । ଏହି ସମୟରେ ନବୀନ ନିବାସରେ ବିକ୍ରମ କେଶରୀ ଆରୁଖ ଓ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଏହାପରେ ଚର୍ଚ୍ଚା ହେଉଛି, ଖୁବ ଶୀଘ୍ର ଦିଲ୍ଲୀପ ରାୟ ବିଜେଡିରେ ଯୋଗ ଦେଇ ପାରନ୍ତି। ଯଦିଓ ଏନେଇ ଦିଲ୍ଲୀପ ରାୟ ମୁହଁ ଖୋଲି ନାହାନ୍ତି। ନିକଟରେ ଦିଲ୍ଲୀପ ରାୟ ବିଜେପିରୁ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତାପରଠାରୁ ସେ କୁଆଡ଼େ ଯିବେ ସେନେଇ ଲାଗି ରହିଥିଲା ସସପେନ୍ସ । ଏବେ ଦିଲ୍ଲୀପ ନବୀନ ନିବାସ ଯାଇଥିବାରୁ ତାଙ୍କର ଘରବାହୁଡ଼ା ନେଇ ଚର୍ଚ୍ଚା ହେଉଛି। ଆଜି ଦିଲ୍ଲୀପଙ୍କ ସହ ଶହ ଶହ ସମର୍ଥକ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଥିଲେ ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…