ରାଜ୍ୟ

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବସ୍‌ ବ୍ୟବସ୍ଥା, ଜାଣି ରଖନ୍ତୁ ନୋଡାଲ ସେଣ୍ଟର ଅଧିକାରୀଙ୍କ ଫୋନ ନମ୍ବର

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ଜେଇଇ ମେନ୍‌ ପରୀକ୍ଷା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର୍ଥୀଙ୍କୁ ବସ୍‌ ଯୋଗେ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି । ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଥର୍ମାଲ ସ୍କ୍ରିନିଂ ହେଉଛି। ରହଣି ପାଇଁ ମଧ୍ୟ ସୁବ୍ୟବସ୍ଥା ହୋଇଛି ।

ଜେଇଇ ପରୀକ୍ଷା ପାଇଁ ଦୂର ସ୍ଥାନରୁ ପରୀକ୍ଷା କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ । ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା ହୋଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍‌ରେ ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀଙ୍କୁ ପଠାଯାଇଛି । ବସ୍‌କୁ ସାନିଟାଇଜ କରାଯାଇଥିବା ବେଳେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଥର୍ମାଲ ସ୍କ୍ରିନିଂ ହୋଇଛି । ପରୀକ୍ଷାର୍ଥୀଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଭୁବନେଶ୍ୱର, ବ୍ରହ୍ମପୁର ଓ ବାଲେଶ୍ୱରକୁ ଆସିଛନ୍ତି ପରୀକ୍ଷାର୍ଥୀ। କେବଳ ମାଲକାନଗିରି ନୁହେଁ ଦୂର ଜିଲ୍ଲା ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବାହାରିଛନ୍ତି ।

ଜେଇଇ ମେନ ପରୀକ୍ଷା ପାଇଁ ଗଞ୍ଜାମ ଜିଲ୍ଲାରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀଙ୍କ ମାଗଣାରେ ଯାତାୟାତ, ରହଣୀ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡଲାଇନକୁ ସୁନିଶ୍ଚିତ କରାଯିବ । ଏହାକୁ ନେଇ ପରୀକ୍ଷାର୍ଥା ଓ ଶିକ୍ଷାବିତମାନେ ଖୁସି ପ୍ରକାଶ କରିଛନ୍ତି ।ସେପଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ୭ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago